ଭାରତୀୟ ଜିମ୍ନାଷ୍ଟଙ୍କ ଉପରେ ୨୧ ମାସର ବ୍ୟାନ, କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ଦୀପା କର୍ମାକର

ନୂଆଦିଲ୍ଲୀ: ଭାରତୀୟ ଜିମନାଷ୍ଟ ଦୀପା କର୍ମକାରଙ୍କୁ ଶକ୍ତ ଧକ୍କା । ୨୧ ମାସ ପାଇଁ ଦୀପାଙ୍କୁ ବ୍ୟାନ କଲା ଇଣ୍ଟରନାସନାଲ ଟେଷ୍ଟିଂ ଏଜେନ୍ସି  ବା ଆଇଟିଏ । ଡୋପ୍ ଟେଷ୍ଟ ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଆଇଟିଏ । ବର୍ଷେ ୯ ମାସ ଯାଏ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେନି ଦୀପା । ୧୧ ଅକ୍ଟୋବର ୨୦୨୧ରେ ହୋଇଥିବା ଆଣ୍ଟି ଡୋପିଂ ଟେଷ୍ଟରେ ଦୀପାଙ୍କୁ ବାସନ୍ଦ କରାଯାଇଛି । ୧୦ ଜୁଲାଇ ୨୦୨୩ ଯାଏ ତାଙ୍କ ଉପରେ କଟକଣା ଜାରି ରହିବ ।

ଦୀପା ଭାରତର ପ୍ରଥମ ମହିଳା ଜିମ୍ନାଷ୍ଟ ଯିଏ ତାଙ୍କ ଡେବ୍ୟୁ ପ୍ରତିଯୋଗିତା ୨୦୧୬ ସମର୍‌ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିଥିଲେ । ଟପ୍ ଜିମ୍ନାଷ୍ଟଙ୍କୁ କମ୍ପିଟ୍ କରି କଷ୍ଟ ମୁଭମେଣ୍ଟ ପାଇଁ ଖୁବ ଚର୍ଚ୍ଚାରେ ଥିଲେ ଦୀପା । ୨୦୧୪ କମନୱେଲ୍ଥ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।