୨୩ ଜଣଙ୍କୁ ସାଙ୍ଗରେ ନେଇ ଡେଟରେ ଯାଇଥିଲେ ଯୁବତୀ, ବିଲ ଦେଖି ବଏଫ୍ରେଣ୍ଡ ଫେରାର

ଆଜିକାଲି ଡେଟରେ ଯିବା କଥା କିଛି ନୂଆ ନୁହେଁ । ଆଧୁନିକ ଯୁଗରେ ଏହା ଏକ ଟ୍ରେଣ୍ଡ । କିନ୍ତୁ ଏହି ଡେଟକୁ ନେଇ ଆସିଛି ଏଭଳି ଏକ ଖବର ଯାହାକୁ ପଢିବା ପରେ ଆପଣ ହସକୁ ଅଟକାଇ ପାରିବେନି । ଏହା ଚୀନର ଏକ ପ୍ରେମୀ ଯୁଗଳଙ୍କର କାହାଣୀ । ଖବର ଅନୁସାରେ ଗର୍ଲଫ୍ରେଣ୍ଡକୁ ଡେଟରେ ଡାକିବା ଉକ୍ତ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବତୀ ଜଣକ ଡେଟରେ ତ ଆସିଥିଲେ, କିନ୍ତୁ ଏକାନୁହେଁ, ବରଂ ସାଙ୍ଗରେ ନେଇ ଆସିଥିଲେ ୨୩ ଜଣ ବାନ୍ଧବୀଙ୍କୁ ।

ସୂଚନା ଅନୁସାରେ ଉଭୟ ଝେଜିୟାଙ୍ଗରରେ ସୋସିଆଲ ମିଡିଆ ଏବଂ ଫୋନ ମାଧ୍ୟମର ନିକଟତର ହୋଇଥିଲେ । ଏହାପରେ ଦୁଇଜଣ ଏକ ବ୍ଲାଇଣ୍ଡ ଡେଟର ଯୋଜନା କରିଥିଲେ । ଏଥିପାଇଁ ରେଷ୍ଟୁରାଣ୍ଟ ମଧ୍ୟ ଚୟନ କରାଗଲା । ତେବେ ଏହି ରେଷ୍ଟୁରାଣ୍ଟରେ ଦୁଇଜଣଙ୍କର ପ୍ରଥମ ସାକ୍ଷାତ ହୋଇଥାନ୍ତା । ଧାର୍ଯ୍ୟ ହୋଇଥିବା ସମୟ ଅନୁସାରେ ଯୁବକ ଜଣକ ରେଷ୍ଟୁରାଣ୍ଟରେ ପହଞ୍ଚିଗଲେ ଏବଂ ପ୍ରେମିକାକୁ ସାକ୍ଷାତ କରିବା ପାଇଁ ଉତ୍ସାହର ସହିତ ପ୍ରସ୍ତୁତି ଆରମ୍ଭ କରିଦେଲେ । କିନ୍ତୁ ଯୁବତୀ ଏକା ଆସିବା ପରିବର୍ତ୍ତେ ୨୩ଜଣ ସଂପର୍କୀୟଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଉଭୟ ପରସ୍ପରକୁ ସାକ୍ଷାତ କଲେ ଏବଂ ସାଙ୍ଗ ହୋଇ ଖାଦ୍ୟ ମଧ୍ୟ ଖାଇଲେ । ପରେ ଯେତେବେଳେ ରେଷ୍ଟୁରାଣ୍ଟ ଓ୍ୱେଟର ବିଲ ଆଣି ହାତରେ ଧରାଇଦେଲେ ଯୁବକଙ୍କ ମୁଣ୍ଡ ଘୁରାଇ ଦେଲା, ଆଉ ସେ ସେଠାରୁ କେହି କିଛି ଭାବିବା ପୂର୍ବରୁ ତତକ୍ଷଣାତ୍ଫେରାର ହୋଇଗଲେ ।

ବାସ୍ତବରେ ଯୁବକଙ୍କୁ ୨ ଲକ୍ଷ ୧୭ ହଜାର ବିଲ ଭରଣ କରିବାର ଥିଲା । ଯାହାକୁ ଦେଖି ଯୁବକଙ୍କ ପାଦ ତଳୁ ମାଟି ଖସିଗଲା ।
ଯୁବତୀଙ୍କ କହିବା ଅନୁସାରେ ସେ ଯୁବକଙ୍କ ଉଦାରତା ଗୁଣକୁ ଯାଞ୍ଚ କରିବା ପାଇଁ ଏଭଳି କରିଥିଲେ, କିନ୍ତୁ ଯୁବକ ଫେରାର ହୋଇଗଲେ । ଏହାପରେ ଯୁବତୀ ଉକ୍ତ ବିଲ ପୈଠ କରିଥିଲେ । ଏହାପରେ ଯୁବତୀ ଜଣକ ଯୁବକଙ୍କ ନାମରେ ଅଭିଯୋଗ ଦାଖଳ କଲେ ଏବଂ ଯୁବକ କେବଳ ଦୁଇଟି ଟେବୁଲର ବିଲ ଦେବାପାଇଁ ରାଜି ହେଲେ ।

Leave a Reply