ଛାଡପତ୍ର ପାଇଁ ୨୭ ଲକ୍ଷ ମାଗୁଛନ୍ତି ଡିମ୍ପଲ, ଭାଇରାଲ ହେଉଛି ଅଡିଓ

1 min read

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଶ୍ବଶୁର ଘର ବିରୋଧରେ ଅଭିଯୋଗ ଆଣିବା ସହ ରହିବାର ହକ୍ ମାଗି ଧାରଣରା ବସିଥିବା ଡିମ୍ପଲଙ୍କୁ ନେଇ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅଡିଓ । ଯାହା ଏବେ ତାଙ୍କ ଉଦ୍ଦେଶୃ ଉପରେ ପ୍ରଶ୍ନ ଉଠାଉଛି । ସ୍ବାମୀଙ୍କ ଉପରେ ପୁଳା ପୁଳା ଅଭିଯୋଗ ଆଣୁଥିବା ଡିମ୍ପଲଙ୍କୁ ନେଇ ଆସୁଛି ଅଡିଓ ପରେ ଅଡିଓ ।

ବିବାହ ବିଚ୍ଛେଦ ପାଇଁ ୮ ଲକ୍ଷ ଟଙ୍କା ଡିମ୍ପଲ ମାଗୁଥିବା ଭିଡିଓ ଭାଇରାଲ ହେବା ସହ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଆଉ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଡିମ୍ପଲ ୨୭ ଲକ୍ଷ ଟଙ୍କା ମାଗୁଥିବା ଶୁଣିବାକୁ ମିଳୁଛି ।

ଏଥିରେ ଡିମ୍ପଲ କେବଳ ଟଙ୍କା ମାଗୁନାହାନ୍ତି, ବରଂ ସୁମିତଙ୍କୁ ଧମକ ଦେଇଛନ୍ତି । ଟଙ୍କା ନଦେଲେ ପୂରା ପରିବାରକୁ ବରବାଦ କରିଦେବାକୁ ଡିମ୍ପଲ ଏଥିରେ ଧମକ ଦେଉଛନ୍ତି ।

ଏଭଳି ଗୋଟିଏ ପରେ ଗୋଟିଏ ଅଡିଓ ଓ ଭିଡିଓ ଭାଇରାଲ ହେବା ପରେ ଘଟଣା ଭିନ୍ନ ମୋଡ଼ ନେବାରେ ଲାଗିଛି । ଅନ୍ୟପକ୍ଷରେ ଏମିତି ଅଭିଯୋଗକୁ ଡିମ୍ପଲ ଖଣ୍ଡନ କରିଛନ୍ତି । ଏବେ ନୁହେଁ ପୂର୍ବରୁ ବକେୟା ଟଙ୍କା ମାଗିଥିବା କହିଛନ୍ତି ଡିମ୍ପଲ । ଏହାସହ ସମସ୍ତ ପ୍ରମାଣ କୋର୍ଟରେ ଦେବି ବୋଲି କହିଛନ୍ତି ।

ଅନ୍ୟପଟେ ଆଜି ଡିମ୍ପଲ-ସୁମିତ ବିବାଦ ମାମଲାର ଶୁଣାଣି SDJM କୋର୍ଟରେ ହେବ ।

Leave a Reply