ଡିଜିଟାଲ ଯୁଗରେ ଡିଜିଟାଲ ବାବାଙ୍କର ଧର୍ମ ପ୍ରଚାର

ଭୁବନେଶ୍ୱର: ଖଣ୍ଡଗିରି କୁମ୍ଭ ମେଳାରେ ଡିଜିଟାଲ ବାବା । ହ୍ୱାଟ୍‌ସ ଆପ୍‌ ଓ ଫେସବୁକ ମାଧ୍ୟମରେ କରୁଛନ୍ତି ଧର୍ମ ପ୍ରଚାର ।  ଦେହ ସାରା ବିଭୂତି ବୋଳୁଛନ୍ତି ସତ କିନ୍ତୁ କହୁଛନ୍ତି  ହାଇ ଫାଇ କଥା ।  ସୋସିଆଲ ମିଡିଆରେ ବେଶ ସକ୍ରିୟ ଏହି ନାଗା ବାବା ।

ଫୁଙ୍ଗୁଳା ଦେହ, ଆଉ ଦେହ ସାରା ବିଭୂତି । ବେକରେ ରୁଦ୍ରାକ୍ଷ ମାଳି ସାଙ୍ଗକୁ ଫୁଲ ମାଳ । ଆଉ ହାତରେ ମୟୁର ଚୂଳ । ଏହି ବେଶ ଭୁଷା ଦେଖି ଆପଣ ବୁଝିସାରିଥିବେ ଯେ ୟେ ନାଗା ବାବା । ଯିଏ ଯାଉଛି ମୁଣ୍ଡିଆ ମାରୁଛି, ଆଉ ପାଉଛି ବିଭୂତି, ତା ସାଙ୍ଗକୁ ଧର୍ମ ବାଣୀ ।

କିନ୍ତୁ ଏ ନାଗା ବାବା ଅନ୍ୟ ବାବାଙ୍କ ଠାରୁ ଟିକେ ଅଲଗା । ସାଥିରେ ଧରିଥିବା ପୁଟୁଳିରେ ସ୍ମାର୍ଟ ଫୋନ୍‌। ହ୍ଵାଟ୍‌ସ ଆପ ଓ ଫେସ୍‌ବୁକ ତାଙ୍କର ପ୍ରିୟ ସୋସିଆଲ ମିଡିଆ । ଧର୍ମ ଚର୍ଚ୍ଚା ହେଉ ଅବା ଆଧ୍ୟାତ୍ମିକ ଭିଡିଓ ସେସବୁକୁ ହ୍ଵାଟ୍‌ସ ଆପ ଜରିଆରେ ସେୟାର କରନ୍ତି ବାବା ।

ସେଲ୍‌ଫି ନେବାରେ ବି ବାବା ବେଶ ଓସ୍ତାଦ । ସେଲ୍‌ଫି ପୋଜ ହେଉ ଅବା ସେଲ୍‌ଫି ଭିଡିଓ ନେବାକୁ କେବେବି ଭୁଲନ୍ତି ନାହିଁ ।  ଧର୍ମ ପ୍ରଚାର ବେଳେ ବି ଅନ ଥାଏ ତାଙ୍କ କ୍ୟାମେରାର ସଲ୍‌ଫି ମୋଡ । ହର ହର ମହାଦେବ କହୁଥାନ୍ତି ଆଉ ସୁଟ କରୁଥାନ୍ତି ଭିଡିଓ ।  ସେ କହନ୍ତି ଯୁଗ ସହ ଏମିତି ହିଁ ଚଳିବାକୁ ହେବ ।

ଖଣ୍ଡଗିରି  କୁମ୍ଭ ମେଳାରେ ଧର୍ମପ୍ରଚାର କରିବାକୁ ଆସିଛନ୍ତି ନାଗା ବାବା ।  ସନାତନ ଧର୍ମର ସୁରକ୍ଷା ପାଇଁ କରୁଛନ୍ତି ପ୍ରଚାର ତାହା ପୁଣି ଡିଜିଟାଲ ମିଡିଆରେ ।

Leave a Reply