ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା

ଦିଗପହଣ୍ଡି : ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସମିତି ବୈଠକରେ କଥା କଟାକଟି । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ପାତ୍ରପୁର ବିଡିଓ ଓ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ତେବେ ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ କିଛି ପ୍ରଶ୍ନ କରିବା ସମୟରେ ବିଧାୟକ ହସ୍ତକ୍ଷେପ କରିବାରୁ ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍ ତିରୁପତି, ତଣ୍ଡିପୁର ଓ ସାମନ୍ତିଆପଲ୍ଲୀ ସମିତି ସଭ୍ୟ ପ୍ରତିବାଦ କରିଥିଲେ । ଫଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିବାଦରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲା ପରିଷଦ କକ୍ଷତ୍ୟାଗ କରିଥିଲେ । ଧମକ ଚମକ ଦେବାସହ ବିକାଶର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ଉତ୍ତେଜନାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।