spot_img

Latest Posts

ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସାନ ଭଉଣୀ ରୂପାଲି, ହେଲେ କିଏ ଜାଣିଥିଲା ଏ ଖୁସିର ଆୟୁଷ ଏତେ ଛୋଟ ବୋଲି

ଦିଗପହଣ୍ଡି: ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି ପ୍ରଧାନ। ହେଲେ କିଏ ଜାଣିଥିଲା ସେ ଖୁସିର ଆୟୁଷ ଥିଲା ଏତେ ଛୋଟ । ଭଉଣୀ ବାହାଘରରେ ମନଭରି ଖୁସି ହେଇଥିଲେ । ରିସେପ୍ସନ୍ ଭୋଜିରେ ଯୋଗ ଦେବାକୁ ପରିବାର ଲୋକଙ୍କ ସହ ଯାଇଥିଲେ ରୂପାଲି। ହେଲେ ଗତକାଲି ଥିଲା ରୂପାଲିଙ୍କ ଜୀବନର ଶେଷ ରାତି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେବଳ ରୂପାଲି ନୁହେଁ ବଡ଼ ଭଉଣୀ ଶିବାନୀ ପ୍ରଧାନଙ୍କର ବି ମୃତ୍ୟୁ ହୋଇଛି।

ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ। ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କର ମଧ୍ୟ ଜୀବନ ଯାଇଛି। ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ, ୩ବର୍ଷର ପୁତୁରା ଦେବାଂଶୁ ଓ ବର୍ଷକର ଆଦ୍ବିକଙ୍କର ବି ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

Latest Posts

Don't Miss