ଗୋକର୍ଣ୍ଣପୁର ନିକଟରେ ଅଜଣାଗାଡ଼ି ଧକ୍କାରେ ୨ ମହିଳା ମୃତ
1 min read
ଦିଗପହଣ୍ଡି: ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ଗୋକର୍ଣ୍ଣପୁର ନିକଟରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ । ମୃତକମାନେ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି। ଉଭୟ ପଟୁ ଗାଡି ଚଳାଚଳ ବନ୍ଦ ରହିଛି ।
ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଅଜଣା ଗାଡିକୁ ଚିହ୍ନଟ କରିବା ପାଇଁ ଉତ୍ୟକ୍ତ ଲୋକମାନେ ଦାବି କରିଛନ୍ତି। ଏହି ୨ ମହିଳା ଆଜି ପାହାନ୍ତିଆ ୩ ଘଣ୍ଟା ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିବା ବେଳେ ଦିଗପହଣ୍ଡି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଜଣା ଗାଡି ଏମାନଙ୍କ ଉପରେ ମାଡି ଯାଇଥିବା ସନ୍ଦେହ କରାଯାଉଛି । ଦିଗପହଣ୍ଡି ତହସିଲଦାର ରେଡକ୍ରସ ପାଣ୍ଠିରୁ ୧୦ହଜାର ଲେଖାଏଁ ୨୦ ହଜାର ଦୁଇ ପରିବାରକୁ ଦେଇଥିବା ସୁଚନା ।