ଜେଲ ଭିତରେ ଭାଇଗିରି, ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଡିଆଇଜି
1 min read
ଭୁବନେଶ୍ବର: ଝାରପଡା ଜେଲରେ କଏଦୀଙ୍କୁ ମାଡ଼ ଘଟଣା। ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ବିଭାଗ ଏଡିଜି ଅମିତାଭ ଠାକୁର। ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜେଲର ଚାରି କାନ୍ଥ ଭିତରେ ଜଣେ ବିଚାରାଧୀନ କଏଦୀଙ୍କ ମୁଣ୍ଡ କିଭଳି ଫାଟିଲା ସେ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି । ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଡିଆଇଜି ଅନୁସୟା ଜେନା।
ସୂଚନା ମୁତାବକ ଗତକାଲି ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ପୁଅର ଦାଦାଗିରି ଦେଖିବାକୁ ମିଳିଥିଲା । ଜେଲରେ ଭିତିରି କଥା DLSA କୁ ସୂଚନା ଦେବା ପରେ ବିଚାରାଧୀନ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଗ୍ୟାଙ୍ଗଷ୍ଟାର ହାଇଦର ର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ । ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ଜେଲରୁ ମୋବାଇଲ ମିଳିଥିଲା । ଟଙ୍କା ଦେଲେ ମୋବାଇଲ ସହ ନିଶା ଜେଲ ଭିତରୁ ମିଳୁଥିବା କଥା ପ୍ରଘଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ ।