China-Pakistan News: ଚୀନକୁ ସମର୍ଥନ ପ୍ରସଙ୍ଗ,ଇମ୍ରାନ ଓ ପାକିସ୍ତାନୀ ବୈଦେଶିକ ବିଭାଗ ମଧ୍ୟରେ ମତଭେଦ

1 min read

ଇସଲାମାବାଦ: ଚୀନକୁ ସମର୍ଥନ କରିବା ଠିକ୍ ହେବ କି ନାହିଁ ? ଏହାକୁ ନେଇ ପାକିସ୍ତାନରେ ବିବାଦ ଆରମ୍ଭ ହୋଇଯାଇଛି  । ଇମ୍ରାନ୍ ଖାନ୍ ଚୀନ୍ ପ୍ରେମରେ ଉବୁଟୁବୁ ହୋଇ ଏଲଓସିରେ ୨୦ ହଜାର ସୈନିକ ମୁତ୍ତୟନ କରିଛନ୍ତି । କିନ୍ତୁ ପାକିସ୍ତାନୀ ବୈଦେଶିକ ବିଭାଗ ନିଜ ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ପସନ୍ଦ କରୁନାହିଁ । ବୈଦେଶିକ ବିଭାଗର କହିବା ହେଲା,ଚୀନକୁ ସମର୍ଥନ କରିବା ଆମକୁ ମହଙ୍ଗା ପଡିବ । ଯଦି ଆମେ ଚୀନକୁ ଛାଡିବା ନାହିଁ,ତେବେ ବିଶ୍ୱର ବାକି ଧନୀ ରାଷ୍ଟ୍ର ପାକିସ୍ତାନକୁ ମଧ୍ୟ ବାସନ୍ଦ କରିବେ ।

ପାକିସ୍ତାନକୁ ମହଙ୍ଗା ପଡିବ ଡ୍ରାଗନ୍ ପ୍ରେମ

ପାକ୍ ବୈଦେଶିକ ବିଭାଗର କହିବା ହେଉଛି ଭାରତ ସହ ଚୀନର ଉତ୍ତେଜନା କାରଣରୁ ବେଜିଂକୁ ବିଶ୍ୱରେ ସମାଲୋଚନାର ଶିକାର ହେବାକୁ ପଡୁଛି । ଏଭଳି ସ୍ଥିତିରେ ପାକିସ୍ତାନ ଯଦି ଚୀନ ସହ ନିଜ ନୀତିର ସମୀକ୍ଷା ନକରେ ତେବେ ତାକୁ ବିଶ୍ୱର ଆର୍ଥିକ ମହାଶକ୍ତିଙ୍କ କ୍ରୋଧର ଶିକାର ହେବାକୁ ପଡିବ । ଏଭଳି ସ୍ଥିତିରେ ପାକିସ୍ତାନ ଯଦି ଚୀନ ସହ ନିଜ ନୀତିର ସମୀକ୍ଷା କରିବ ନାହିଁ ତେବେ ଏହା ଆମେରିକା ଭଳି ଆର୍ଥିକ ଶକ୍ତିଙ୍କ କ୍ରୋଧକୁ ଉସକାଇବ । ଏହି ବିଶ୍ୱଶକ୍ତି ସବୁ ଭାରତ ସହ ଚୀନର ସଂଘର୍ଷ ପରଠାରୁ ବେଜିଂକୁ ବିଶ୍ୱରେ ଏକଘରକିଆ କରିବାକୁ ଉଦ୍ୟମ କରୁଛନ୍ତି ।

china pakistan

ୟୁରୋପୀୟ ସଂଘ ଦେଲେ ପ୍ରଥମ ଝଟକା

ଚୀନର ବିସ୍ତାରବାଦୀ  ନୀତିକୁ ନେଇ ଆମେରିକା ସମେତ ୟୁରୋପର ଅନେକ ଦେଶ ବିରୋଧ କରୁଛନ୍ତି । ଚୀନକୁ ସମର୍ଥନ କରି ପାକିସ୍ତାନକୁ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛି । ୟୁରୋପ ୟୁନିୟନ ସହ ଇଂଲଣ୍ଡ ପାକିସ୍ତାନୀ ବିମାନଙ୍କ ଉଡାଣ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ପାକିସ୍ତାନୀ ପାଇଲଟ ବିମାନ ଚଳାଇବା ପାଇଁ ସକ୍ଷମ ବୋଲି ପାକିସ୍ତାନ ସରକାରଙ୍କ ଯୁକ୍ତି ପରେ ମଧ୍ୟ ଏହି ପଦକ୍ଷେପ ନିଆଯାଇଛି ।

ପାକିସ୍ତାନରେ ଚୀନ୍ ବିରୋଧରେ ବିଦ୍ରୋହ

ଚୀନ୍ ବିରୋଧରେ ପାକିସ୍ତାନରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି । ପାକିସ୍ତାନର ବଲୁଚିସ୍ତାନର ଓ ଗିଲଗିତ୍-ବାଲତିସ୍ତାନରେ ଚୀନକୁ ବିରୋଧ ହେଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଚୀନ ପାକିସ୍ତାନ ଇକୋନମିକ୍ କରିଡରରେ ସ୍ଥାନୀୟ ଲୋକ ଅଂଶିଦାର ନାହାନ୍ତି । ଚୀନ୍ ପ୍ରାକୃତିକ ସଂପଦ ଲୁଟ୍ କରୁଛି । ଚୀନ୍ ନିଜ ଦେଶର ନାଗରିକଙ୍କୁ ପାକିସ୍ତାନ ଆଣି କାମରେ ଲଗାଉଛି କିନ୍ତୁ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଉନାହିଁ ।

Leave a Reply