ପାକିସ୍ତାନ ପାଖେ ବଞ୍ଚିଛି ମାତ୍ର ୫ ଦିନର ତେଲ, ଟଙ୍କା ଦେବାକୁ ମନା କଲା ବ୍ୟାଙ୍କ

1 min read
Diesel Left For Only 5 Days In Pakistan, Banks Denied To Provide Further Loan

ଇସଲାମାବାଦ: ଆର୍ଥିକ ଦୁଃସ୍ଥିତି ସହ ଯୁଝୁଥିବା ପାକିସ୍ତାନ ପାଇଁ ଆଉ ଏକ ବଡ଼ ସମସ୍ୟା ଉଭା ହୋଇଛି । ଋଷ ଓ ଯୁକ୍ରେନ୍ ଯୁଦ୍ଧର ପ୍ରଭାବ ପଡ଼ିଛି ପାକିସ୍ତାନର ଇମ୍ରାନ୍ ସରକାର ଉପରେ । ଋଷ ଓ ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢ଼ିଥିବା ବେଳେ ପାକିସ୍ତାନ ପେଟ୍ରୋଲିୟମ୍ ସାମଗ୍ରୀର ସଂକଟ ଦେଖା ଦେଇଛି । ଏବେ ପାକିସ୍ତାନ ପାଖରେ କେବଳ ୫ ଦିନ ଲାଗି ଡିଜେଲ୍ ସଂରକ୍ଷିତ ରହିଛି ।

Diesel Left For Only 5 Days In Pakistan, Banks Denied To Provide Further Loan

ଖବର ଅନୁସାରେ, ପାକିସ୍ତାନର ବ୍ୟାଙ୍କ ମଧ୍ୟ ତୈଳ କମ୍ପାନୀ ଗୁଡ଼ିକୁ ବିପୁଳ ବକେୟା ଥିବା ଶ୍ରେଣୀରେ ରଖିବା ସହ ଋଣ ଦେବାକୁ ମନା କରି ଦେଇଛନ୍ତି । ଡିଜେଲ୍ ଅଭାବ ଦେଖା ଦେବା ସହ ପାକିସ୍ତାନର ଇମ୍ରାନ ସରକାର ସଂକଟରେ ଫସିଛି । ଗୋଟିଏ ପଟେ ବିରୋଧୀଙ୍କ ପ୍ରହାର ଅନ୍ୟପଟେ ଦେଶରେ ଡିଜେଲ୍ ଅଭାବକୁ ନେଇ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହେବା ଆଶଙ୍କା ପ୍ରକାଶ ପାଇଛି ।

ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ତାଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବକୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ଆଳୁ, ଟମାଟୋର ଦର ନିୟନ୍ତ୍ରଣ ପାଇଁ ରାଜନୀତିକୁ ଆସି ନାହିଁ । ହାଫିଜାବାଦର ଏକ ରାଜନୈତିକ ରାଲିରେ କହିଛନ୍ତି, ‘ଧନ ବଳ’ ମାଧ୍ୟମରେ ସରକାରକୁ ଭାଙ୍ଗିବାକୁ ପ୍ରୟାସ କରୁଥିବା ଶକ୍ତିଙ୍କ ବିରୋଧରେ ଛିଡ଼ା ହେବି ।