spot_img

Latest Posts

ଆସାମରୁ ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା

ନୂଆଦିଲ୍ଲୀ: ଆସାମରୁ ମିଳିଲା ଡିଏଗୋ ମାରୋଡୋନାଙ୍କର ଚୋରି ଘଣ୍ଟା । ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି । ଏହି ଦୁଇ ପୋଲିସ ଏଜେନ୍ସି ସହାୟତାରେ ଆର୍ଜୋଣ୍ଟିନାର କିମ୍ବଦନ୍ତି ଫୁଟବଲର ଡିଏଗୋ ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ମାରାଡୋନାଙ୍କ ଘଣ୍ଟାକୁ ମଧ୍ୟ ଜବତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ଆସାମ ପୋଲିସ ଯେଉଁ ବ୍ୟକ୍ତିଙ୍କ ପାଖରୁ ଏହି ଘଣ୍ଟା ଜବତ କରିଛି ତାଙ୍କୁ ଗିରଫ ମଧ୍ୟ କରିଛି । ଆସାମ ପୋଲିସ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଦୁବାଇ ପୋଲିସ ସହ ମିଶି ହୋଇଥିବା ଏହି ମିଶନର ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆସାମର ଶିବସାଗର ଜିଲ୍ଲା ଅଞ୍ଚଳରୁ ମାରାଡୋନାଙ୍କ ଏହି ୨୦ ଲକ୍ଷ ମୂଲ୍ୟର ଘଣ୍ଟା ଉଦ୍ଧାର କରାଯାଇଛି ଏବଂ ଯେଉଁ ବ୍ୟକ୍ତିଙ୍କ ପାଖରୁ ଏହି ଘଣ୍ଟା ଜବତ ହୋଇଛି ସେହି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି କହିଛନ୍ତି ଆସାମ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ।

ଡିଜିପି କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛୁ । ଯାହାଙ୍କ ପାଖରୁ ଦିବଙ୍ଗତ ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot କମ୍ପାନୀର ଲିମିଟେଡ ଏଡିସନର ଘଣ୍ଟା ଜବତ କରାଯାଇଛି। ଡିଜିପି ଆହୁରି କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେ ଆସାମର ଶିବସାଗର ଜିଲ୍ଲାର ଅଟନ୍ତି । ଡିଜିପିଙ୍କ ବ୍ୟତୀତ ଶିବସାଗର ଜିଲ୍ଲାର ଏସପି ଏହି ଘଟଣା ସମ୍ପର୍କରେ କହିଛନ୍ତି କି ଗିରଫ ହୋଇଥିବା ଓ୍ୱାଜିଦ୍ ହୁସେନ ଦୁବାଇରେ କାମ କରୁଥିଲେ । ସେ ଅଗଷ୍ଟ ୨୦୨୧ରେ ଦୁବାଇରୁ ଭାରତ ଫେରି ଆସିଥିଲେ । ଶିବସାଗର ଏସପି ରାକେଶ ରୋଶନ କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନଙ୍କୁ ତାଙ୍କ ଶଶ୍ୱର ଘରୁ ଗିରଫ କରିଛୁ । ତାଙ୍କ ପାଖରୁ ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot ଏଡିସନର ଘଣ୍ଟା ମଧ୍ୟ ଜବତ କରିଛୁ ବୋଲି କହିଛନ୍ତି ଶିବସାଗର ଏସପି ରାକେଶ ରୋଶନ ।

 

Latest Posts

Don't Miss