ପ୍ୟାଟ୍ କମିନ୍ସଙ୍କୁ ଶୁଭେଚ୍ଛା ଜଣାଇଲେନି କି ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ କ’ଣ ରହିଛି ଭାଇରାଲ୍ ଭିଡ଼ିଓ ପଛର ସତ୍ୟତା
1 min readନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ରେ ଭାରତକୁ ହରାଇ ୱାଲ୍ଡକପ୍ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲିଆ ଉପ-ମୁଖ୍ୟମନ୍ତ୍ରୀ ରିଚର୍ଡ ମାଲର୍ସ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଆୱାର୍ଡ ସେରେମୋନୀରେ ମୋଦି ଓ ମାଲର୍ସ ବିଜୟ ଟିମର କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ସମୟର ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।
ଭାଇରାଲ୍ ଭିଡ଼ିଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପ୍ ଟ୍ରଫି କମିନ୍ସଙ୍କୁ ଦେବା ପରେ ଷ୍ଟେଜରୁ ଓହ୍ଲାଇଯାଇଥିଲେ। ତେବେ ସେ କମିନ୍ସଙ୍କୁ ଶୁଭେଚ୍ଛା ନ ଜଣାଇ ନିଜେ ଓହ୍ଲାଇବା ସହ ରିଚର୍ଡ ମାଲର୍ସଙ୍କୁ ମଧ୍ୟ ଷ୍ଟେଜରୁ ତଳକୁ ଯିବା ପାଇଁ ଇସାରା ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।
Wrong Projection of Modi. He congratulated Cummins, went and congratulated the entire team too. https://t.co/nIPVVPEDSQ pic.twitter.com/9CMfMpccs1
— Orey Aajamuuuuu (@lagettharoii) November 19, 2023
ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଭିଡ଼ିଓ ଏଡିଟେଡ୍ ବୋଲି ଜଣାପଡିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଫି ଦେବା ବେଳେ ପ୍ୟାଟ୍ କମିନ୍ସଙ୍କ କଥାବାର୍ତ୍ତା ମଧ୍ୟ କରିଛନ୍ତି । ତା’ ପରେ ଦୁଇ ଜଣ ହାତ ମଧ୍ୟ ମିଳାଇଛନ୍ତି। ସେହିପରି ଷ୍ଟେଜରୁ ଓହ୍ଲାଇବା ପରେ ତଳେ ଛିଡାହୋଇଥିବା ଅଷ୍ଟ୍ରେଲିଆର ଅନ୍ୟ ଖେଳାଳିଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ।