ହରିଆଣା କେନାଲରୁ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ମଡେଲ ଦିବ୍ୟା ପାହୁଜା ହତ୍ୟା ମାମଲା । ହରିଆଣା କେନାଲରୁ ମିଳିଲା ମୃତଦେହ । ଗୁରୁଗ୍ରାମରେ ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ୩ ଜଣ ହୋଇଥିଲେ ଗିରଫ । ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଥିଲା ଗୁରୁଗ୍ରାମ ପୋଲିସ । ହତ୍ୟାପରେ ମୃତଦେହକୁ ଏକ ବେଡସିଟରେ ଗୁଡାଇ ୩ ଜଣ ଟେକି ନେଇ ବିଏମଡବ୍ଲୁ କାରରେ ରଖୁଥିବା ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡ ଘଟିଥିବା ହୋଟେଲରେ ପୋଲିସ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରିଥିଲା ।  ବିଗତ ୨୦୧୬ ଫେବ୍ରୁଆରୀ ୭ରେ ମୁମ୍ବାଇର ଏୟାରପୋର୍ଟ ମେଟ୍ରୋ ହୋଟେଲରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା । ଏହି ଘଟଣାରେ  ଦିବ୍ୟାଙ୍କ ସହ ତାଙ୍କ ମାଆ ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଗତ ଜୁନରେ ୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା । କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ କରାଯାଇଥିଲା ହତ୍ୟା ।