ଡରାଉଛି କରୋନା, ଡାଇରିଆରେ ୭୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ବଲାଙ୍ଗିର: କରୋନା ନଥମୁଣୁ ବଲାଙ୍ଗିରରେ ଡାଇରିଆ ଆତଙ୍କ । କରୋନା ରେ ଏପର୍ଯ୍ୟନ୍ତ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏଇ ଭିତରେ ପୁଣ ଡଇରିଆରେ ଲୋକେ ଘାଣ୍ଟି ହେଲେଣି । ଦେଓଗାଁ ବ୍ଲକ ବଡବନ୍ଧ ପଂଚାୟତ କରୁଆଁଝର ଗାଁରେ ଡାଇରିଆ ଆତଙ୍କ ।

୭୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରେ ମହିଳା , ଶିଶୁ ଓ ପୁରୁଷ ରହିଛନ୍ତି । ତେବେ ଗାଁରେ ଥିବା ସ୍କୁଲ ଘରେ ଚାଲିଛି ଅସୁସ୍ଥ ଙ୍କ ଚିକିତ୍ସା । ସେମାନଙ୍କ ମଧ୍ୟରୁ ଜଣଙ୍କର ଦେହ ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଦୂଷିତ ପାଣି ଯୋଗୁଁ ଡାଇରିଆ ବ୍ୟାପିଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କଲାପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

Leave a Reply