spot_img

Latest Posts

ରାୟଗଡ଼ ଜିଲ୍ଲାରେ ଡାଇବେଟିସ ଆତଙ୍କ; ଦେଢ଼ ବର୍ଷରେ ୧୬ ହଜାର ୮୫୧ ରୋଗୀ ଚିହ୍ନଟ

ରାୟଗଡ଼ ଜିଲ୍ଲାରେ ଡାଇବେଟିସ ଆତଙ୍କ; ଦେଢ଼ ବର୍ଷରେ ୧୬ ହଜାର ୮୫୧ ରୋଗୀ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲାରେ ଚିନ୍ତା ବଢାଇଛି ଡାଇବେଟିସ୍ । ଗତ ଦେଢ଼ ବର୍ଷରେ ୧୬ ହଜାର ୮୫୧ ଜଣ ଆଦିବାସୀଙ୍କ ଦେହରେ ମଧୁମେହ ରୋଗ ଚିହ୍ନଟ । ଖାଦ୍ୟ ଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ଗୁଡ଼ରେ ପ୍ରସ୍ତୁତ ଦେଶୀ ମଦ ହିଁ ଡାଇବେଟିସର ପ୍ରମୁଖ କାରଣ ପାଲଟିଛି । ଯାହା ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

ଦିନ ଥିଲା ଆଦିବାସୀମାନେ ଜଙ୍ଗଲଜାତ ଖାଦ୍ୟ ଖାଇବା ସହ ଅଧିକ ଶାରୀରିକ ପରିଶ୍ରମ କରୁଥିଲେ । ହେଲେ ସମୟ ବଦଳିବା ସହ ବଦଳିଛି ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ । ଯାହାର ପ୍ରଭାବ ସେମାନଙ୍କ ସ୍ଵାସ୍ଥ୍ୟ ଉପରେ ପଡ଼ୁଛି ଓ ଚିନ୍ତାର କାରଣ ପାଲଟିଛି ।

ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ, ଖାଦ୍ୟ ଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ଗୁଡ଼ରେ ପ୍ରସ୍ତୁତ ଦେଶୀ ମଦ ହିଁ ଡାଇବେଟିସର ପ୍ରମୁଖ କାରଣ । ଏକ ସର୍ଭେରୁ ଜଣାପଡିଛି, ଦେଶୀ ମଦ ପ୍ରସ୍ତୁତିରେ ଗୁଡ଼ର ମାତ୍ରାଧିକ ବ୍ୟବହାର ହେଉଛି । ଲାଭଖୋର ମନୋଭାବ ପାଇଁ କିଛି ଭାଟିରେ ମହୁଲ ବଦଳରେ ଗୁଡ଼ ବ୍ୟବହାର କରାଯାଉଛି । ଓଡିଶା ସରକାରଙ୍କ ଅବକାରୀ ନିୟମ ଅନୁଯାୟୀ, ମଦ ଭାଟି ଗୁଡ଼ିକରେ ନିୟମିତ ଯାଞ୍ଚ ହେବା କଥା । ହେଲେ ହେଉଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

Latest Posts

Don't Miss