ଡାଇବେଟିସ ରୋଗୀ ବି ଖାଇପାରିବେ ମିଠା, ଏହି ୪ଟି ଖାସ୍‌ କଥା ଜାଣନ୍ତୁ ବଢିବନି ସୁଗାର

ନନ୍ଦିଘୋଷ ବ୍ୟୁରୋ: ବିବାହ ସିଜିନରେ ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ  । ମିଠା ବିନା ଛୋଟ ବଡ ସବୁ ସେଲିବ୍ରେସନ ଫିକା  । କିନ୍ତୁ ବିବାହ ଭୋଜିରେ ମିଠା ଖାଇବାକୁ ନେଇ ଦ୍ବନ୍ଦରେ ରହିଥାନ୍ତି ଡାଇବେଟିସ ରୋଗୀ  । ଆଖି ସାମନାରେ ମନ ପସନ୍ଦର ମିଠା ଦେଖି ବି ବ୍ଲଡ ସୁଗର ବୃଦ୍ଧି ଡରରେ ମିଠାଠୁ ଦୂରେଇ ରୁହନ୍ତି  । ଏବେ ପ୍ରଶ୍ନ ଉଠୁଛି ଯେ ସତରେ କଣ ଡାଇବେଟିସ ରୋଗୀ ବିଲକୁଲ ମିଠା ଖାଇ ପାରିବେ ନାହିଁ  । ଯଦି ଖାଇବେ ତାହା କେମିତି ଖାଇବେ  । ଯେଉଁଥିପାଇଁ ସେମାନଙ୍କ ବ୍ଲଡ ସୁଗାର ନ ବଢି ପୂର୍ବଭଳି ରହିବ  ।

ଡାକ୍ତରଙ୍କ କହିବାନୁସାରେ ଡାଇବେଟିସ ରୋଗୀ ବେଳେବେଳେ ମିଠା ଖାଇ ପାରିବେ  । ଯେଉଁ ରୋଗୀଙ୍କ ବ୍ଲଡ ସୁଗାର ନିୟନ୍ତ୍ରଣରେ ଥିବ ସେମାନେ କେବଳ ଏଭଳି କରିପାରିବେ  । ଯେଉଁମାନଙ୍କ ବ୍ଲଡ ସୁଗାର ଉଚ୍ଚସ୍ତରରେ ଅଛି ସେମାନେ ଆଦୌ ଖାଇବା ଉଚିତ ନୁହେଁ  । ବରଂ ସାବଧାନତା ଅବଲମ୍ବନ କରି ସେମାନେ ମିଠା ଖାଇପାରିବେ  । ଏଥିପାଇଁ ମିଠା ଖାଇବା ପୂର୍ବରୁ ଫାଇବର ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ  । ସେହିପରି ଖାଦ୍ୟରେ ଫ୍ୟାଟ୍‌ ଓ କାବର୍ସକୁ ସାମିଲ କରିବା ଉଚିତ୍‌  । ଏହାପରେ ଡାଇବେଟିସ ରୋଗୀ ମିଠା ଖାଇବା ଉଚିତ  । ଏହି କଥାକୁ ଧ୍ୟାନ ରଖିଲେ ବ୍ଲଡ ସୁଗର ଦ୍ରୁତ ଗତିରେ ବଢିବ ନାହିଁ  ।

ଜାଣନ୍ତୁ କେମିତି ଖାଇବେ ମିଠା

୧. ଖାଲି ପେଟରେ ଡାଇବେଟିସ ରୋଗୀ ମିଠା ଖାଇବା ଅନୁଚିତ । ଏମିତି କଲେ ବ୍ଲଡ ସୁଗାର ହଠାତ ବଢିଯିବାର ବିପଦ ଦେଖାଦିଏ  । ଏଣୁ ରୋଗୀଙ୍କୁ ସକାଳ ଜଳଖିଆ ବା ମଧ୍ୟାହ୍ନ ଭୋଜନ ପରେ ମିଠା ଖାଇବା ଉଚିତ ।

୨. ରାତି ସମୟରେ ଡାଇବେଟିସ ରୋଗୀ ମିଠା ଖାଇବା ଉଚିତ ନୁହେଁ  । ରାତିରେ ମିଠା ଖାଇଲେ ନିଦରେ ସମସ୍ୟା ଦେଖାଦିଏ  । ଏହା ସହ ରାତିରେ ବାରମ୍ବାର ପରିସ୍ରା ବି ଲାଗିଥାଏ  । ସେହିପରି ସକାଳୁ ଉଠିବା ପରେ ବାନ୍ତି ସମସ୍ୟା ବି ଦେଖାଦିଏ  ।

୩. ଡାଇବେଟିସ ରୋଗୀ କେବେ କେମିତି ଶୁଖିଲା ମିଠା ଖାଇପାରିବେ  । କୋଲ୍ଡ ଡ୍ରିଙ୍କସ ଓ ମିଠା ଜୁସ ଠୁ ଦୂରେଇ ରହିବା ଉଚିତ  । ତରଳ ମିଠା ଖୁବ ଶୀଘ୍ର ବ୍ଲଡ ସୁଗାର ବଢାଇ ଦେଇଥାଏ  ।

ଏଠାରେ ଆମେ କହିରଖୁଛୁ ଟାଇପ ୧ ଡାଇବେଟିସ ଓ ଇନସୁଲିନ ନେଉଥିବା ରୋଗୀ ବିଲକୁଲ ବି ମିଠା ଖାଇବା ଉଚିତ ନୁହେଁ  ।