spot_img

Latest Posts

ଗୋଟିଏ ଇଞ୍ଜେକ୍ସନ ଭଲ କରିବ ଡାଇବେଟିସ୍

ସପ୍ତାହକୁ ଗୋଟିଏ ଇଞ୍ଜେକସନ। ଭଲ କରିବ ଟାଇପ-ଟୁ ଡାଇବେଟିସ ସହିତ କମାଇବ ମୋଟାପଣ। ଯାହାର ନାଁ ହେଉଛି ଓଜମ୍ପିକ। ଏଭଳି ଇଞ୍ଜେକସନକୁ ଏବେ ଭାରତରେ ଅନୁମତି ମିଳିଛି। ଏହାର ନିର୍ମାତା ହେଉଛି ନୋଭୋ ନୋଡିକ ଇଣ୍ଡିଆ। କମ୍ପାନୀ ସିଇଓ ବିକ୍ରାନ୍ତ ଶ୍ରୋତିଆ ସୂଚନା ଦେଇ କହିଛନ୍ତି ଦେଶରେ ପ୍ରାୟ କୋଟିଏ ଲୋକ ମଧୁମେଗ ରୋଗରେ ପୀଡ଼ିତ। ଏଭଳିକି ଅଧିକାଂଶ ଟାଇପ-ଟୁ ଡାଇବେଟିସ ଦ୍ବାରା ଆକ୍ରାନ୍ତ ହୋଇ ଜୀବନସାରା ଔଷଧ ଖାଉଛନ୍ତି। ଏବେ ଓଜମ୍ପିକର ପଏଣ୍ଟ ୨୫, ପଏଣ୍ଟ ଫାଇଭ ଓ ଏକ ମିଲିଗ୍ରାମ ଡୋଜ ରୋଗୀଙ୍କ ଅବସ୍ଥା ଦେଖି ଦିଆଯାଇପାରିବ।

ପଏଣ୍ଟ ୨୫ ଓଜମ୍ପିକ ସପ୍ତାହରେ ଥରେ ନେବାକୁ ପଡ଼ିବ। ଯାହାର ଦାମ ରହିଛି ୨ ହଜାର ୨୦୦ ଟଙ୍କା। ୪ ସପ୍ତାହ ପାଇଁ ଜଣେ ରୋଗୀକୁ ଖର୍ଚ୍ଚ କରିବାକୁ ପଡ଼ିବ ୮ ହଜାର ୮୦୦ ଟଙ୍କା। ଓଜମ୍ପିକ ଖାଲି ମଧୁମେହ ରୋଗ ନିୟନ୍ତ୍ରଣ କରିବନି। ଏହା ମଧ୍ୟ ମୋଟାପଣ କମାଇବ। ଭାରତରେ ପ୍ରତି ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୭ ଜଣ ମୋଟାପଣ ଶିକାର ହେଉଛନ୍ତି। ଏହି ଇଞ୍ଜେକସନ ନେବା ଦ୍ବାରା ଶରୀରରେ ଗ୍ଲାଇକୋସେମିକ ନିଯନ୍ତ୍ରଣ ଏଜେଣ୍ଚ ସକ୍ରିୟ ହେବା ସହ ଓଜନ ୨.୮ ପ୍ରତିଶତ କମିବ। ତେବେ ଓଜନ କମାଇବା ପାଇଁ ଏହାର ବହୁଳ ଅପବ୍ୟବହାର ନ କରିବା ପାଇଁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ମଧୁମେହ ରୋଗ ଦ୍ବାରା ରୋଗୀର କିଡନୀ ପ୍ରଭାବିତ ହୋଇଥାଏ। ଓଜମ୍ପିକ କିଡନୀ ରୋଗ ଓ ସିବିଡି ଭଲ କରିବାରେ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଦାବି କରିଛନ୍ତି କମ୍ପାନୀ ସିଇଓ। ଚେଲାରାମ ଡାଇବେଟିସ ପ୍ରତିଷ୍ଠାନର ସିଇଏ ଡାକ୍ତର ଉନ୍ନିକ୍ରିଷ୍ଣନ କହିଛନ୍ତି ଏହା କେବଳ ମଧୁମେହ ଓ ମୋଟାପଣ ପାଇଁ କାମ ଦିଏନି। ଶରୀର ପ୍ରାୟ ମୁଖ୍ୟ ଅର୍ଗାନ ଯେପରିରି କିଡିନି, ହୃଦକ୍ରିୟା ସଂକ୍ରାନ୍ତ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ତେବେ ରୋଗୀ ଏହି ଇଞ୍ଜେକସନ ନେବା ସହ ଶାରିରୀକ ପରିଶ୍ରମ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Latest Posts

Don't Miss