ଡିଏଚଏସ ଅଶ୍ବଚାଳନାରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ରିଦ୍ଧି

ନନ୍ଦିଘୋଷ ବ୍ୟୁରୋ: ପୁଣି ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ । ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ  ଡିଏଚଏସ ଦିଲ୍ଲୀ ଅଶ୍ବ ଚାଳନାରେ ଓଡ଼ିଆ ଝିଅ ସିଦ୍ଧି ସାମନ୍ତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରିଦ୍ଧି ୫ ବର୍ଷରୁ କମ୍ ଅଶ୍ବ ଚାଳନାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ରିଦ୍ଧି କନିଷ୍ଠ ପ୍ରତିଯୋଗୀଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭୁବନେଶ୍ବରର କର୍ଣ୍ଣେଲ ଆଶିଷ ସାମନ୍ତରାୟ ଏବଂ ରୋହିଣୀଙ୍କ ସୁକନ୍ୟା ହେଉଛନ୍ତି ରିଦ୍ଧି । ସେ କିଟ୍ ଇଣ୍ଟର ନ୍ୟାସନାଲ ସ୍କୁଲରେ ୟୁକେଜିରେ ପଢ଼ୁଛନ୍ତି । ବଡ଼ ଭଉଣୀ ଋଷିକା ଜାତୀୟ ସ୍ତରରେ ଅଶ୍ବଚାଳନାରେ ସଫଳତା ହାସଲ କରିଥିବାବେଳେ ସେ ତାଙ୍କୁ ଅନୁସରଣ କରୁଛନ୍ତି । ବାପାଙ୍କଠାରୁ ଅଶ୍ବ ଚାଳନାରା ପ୍ରଶିକ୍ଷଣ ନେଉଛନ୍ତି ରିଦ୍ଧି ।