ମହେନ୍ଦ୍ର ସିଂହ ଧୋନୀଙ୍କ ମେଣ୍ଟର ରହିଆସିଥିବା ଦେବଲ ସହାୟଙ୍କ ୭୩ ବର୍ଷ ବୟସରେ ପରଲୋକ

1 min read

ବିହାର: ବିହାର କ୍ରିକେଟ ଆସୋସିଏସନର ଉପାଧ୍ୟକ୍ଷ ରହିଆସିଥିବା ଦେବଲ ସହାୟ ମଙ୍ଗଳବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୭୩ ବର୍ଷିୟ ଦେବଲ ଦା ରାଞ୍ଚିର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଗତ ତିନି ମାସ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥ୍ୟା ଠିକ ନଥିଲା । ରାଞ୍ଚି କ୍ରିକେଟର ଭୀଷ୍ମ ପିତାମହ କୁହାଯାଉଥିବା ଦେବଲ ସହାୟ ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମେଣ୍ଟର ଥିଲେ ।

କ୍ରିକେଟ ଏବଂ ଫୁଟବଲରେ ପାରଙ୍ଗମ ଥିବା ଦେବଲ ଦା ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ (CCL) ର କର୍ମଚାରୀ ନିର୍ଦ୍ଦେଶକ ପଦରୁ ଅବସର ନେବାପରେ ୨୦୦୬ ମସିହାରେ ଖେଳ ପ୍ରଶାସନରୁ ନିଜକୁ ନିବୃତ ରଖିଥିଲେ । ତାଙ୍କ ମୃତ୍ୟୁରେ ଜେଏସସିଏସ ସମେତ ବିଭିନ୍ନ ସଙ୍ଗଠନ ସହ ଜଡ଼ିତ ଖେଳପ୍ରେମୀ ଶୋକ ପ୍ରାକଶ କରିଛନ୍ତି ।

ଦେବଲ ସହାୟ କ୍ରିକେଟର ଏତେ ଭଲ ବାତାବରଣ ସୃଷ୍ଟି କରିଥିଲେ ଯେ, ତାଙ୍କ ତତ୍ତ୍ୱାବଧାନରେ ଅନେକ କ୍ରିକେଟର ଦେଶ ବା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ସେମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀ, ପ୍ରଦୀପ ଖନ୍ନା, ଆଦିଲ ହୁସେନ, ଅନବର ମୁସ୍ତଫା, ଧନଞ୍ଜୟ ସିଂହ, ସୁବ୍ରତ ଦା ଭଳି ଖେଳାଳି ସାମିଲ ଅଛନ୍ତି ।

ଦେବଲ ସେହି ବ୍ୟକ୍ତି ଥିଲେ, ଯିଏକି ଧୋନୀଙ୍କୁ ରେଲୱେରୁ ସିସିଏଲକୁ ଆଣି କ୍କିକେଟ ଖେଳାଇ ଥିଲେ । ଦେବଲ ସାହାୟଙ୍କ ମୃତ୍ୟୁରେ ପୂର୍ବ ରଣଜୀ ଖେଳାଳୀ ଆଦିଲ ହୁସେନ କହିଛନ୍ତି ଯେ, ବିହାରର ସବୁଠୁ କୁଶଳ ଏବଂ ସଫଳ ଖେଳ ପ୍ରଶାସକଙ୍କ ନିଧନରେ ଆମେ ସମସ୍ତେ ଦୁଃଖିତ । ସେ କେବଳ ଜଣେ ଖେଳ ପ୍ରଶାସକ ନଥିଲେ ବରଂ ଖେଳାଳୀ ମାନଙ୍କର ଅଭିଭାବକ ମଧ୍ୟ ଥିଲେ ।

ଏମଏସ ଧୋନାଙ୍କ ବାୟୋପିକ ‘ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ରେ ମଧ୍ୟ ଦେବଲ ସାହୟଙ୍କ ଭୂମିକା ଦର୍ଶାଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କୁ କ୍ରିକେଟ ଜଗତରେ ସଫଳ କରିବାରେ ଦେବଲ ଦାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Leave a Reply