IPL ମଝିରେ ଧୋନୀଙ୍କୁ ବଡ଼ ଝଟକା, ଡାକ୍ତଖାନାରେ ଭର୍ତ୍ତି ହେଲେ ବାପା ମାଆ

ରାଞ୍ଚି: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବଡ଼ ଛଟକା । ସଂପ୍ରତ୍ତି ଧୋନୀ ଆଇପିଏଲ ସିଜିନ ୧୪ରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଅଛନ୍ତି । ଅନ୍ୟପଟେ ରାଞ୍ଚିରେ ରହୁଥିବା ତାଙ୍କ ମାତା ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁହେଁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବୁଧବାର ମହେନ୍ଦ୍ର ସିଂ ଧୋନିଙ୍କ ବାପା ପାନ ସିଂ ଏବଂ ତାଙ୍କ ମାଆ ଦେବିକା ଦେବୀଙ୍କୁ ରାଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଧୋନିଙ୍କ ପିତାମାତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ଡାକ୍ତର କହିଛନ୍ତି । ଦୁହିଁଙ୍କ ଅକ୍ସିଜେନ୍ ଲେବଲ୍ ଭଲ ରହିଛି । ପଲ୍ସ୍ ସୁପର ସ୍ପେସିଆଲିଟି ହସ୍ପିଟାଲ ଅନୁଯାୟୀ ଉଭୟଙ୍କ ସଂକ୍ରମଣ ଫୁସଫୁସରେ ପହଞ୍ଚି ନାହିଁ । ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ କିଛି ଦିନ ମଧ୍ୟରେ ଧୋନିଙ୍କ ମାଆ ବାପା ସୁସ୍ଥ ହୋଇ ସଂକ୍ରମଣମୁକ୍ତ ହେବେ ।

ଧୋନିଙ୍କ ବାପା ପାନ ସିଂ ୧୯୬୪  ମସିହାରେ ରାଞ୍ଚିର ମେକନରେ ପମ୍ପ ମ୍ୟାନ ଭାବେ ଚାକିରି ପାଇବା ପରେ ଝାଡଖଣ୍ଡରେ ରହି ଆସୁଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୯୫ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏପ୍ରିଲ ୨୨ ରୁ ସକାଳ ୬ଟାରୁ ୨୯ ଏପ୍ରିଲ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ନେଇ କଟକଣା ଜାରି କରିଛନ୍ତି । ଝାରଖଣ୍ଡରେ କରୋନା ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମଙ୍ଗଳବାର ଝାରଖଣ୍ଡରେ ୪୯୬୯ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା  ୧ ଲକ୍ଷ ୭୨ ହଜାର ୩୧୫ କୁ ବୃଦ୍ଧି ପାଇଛି । ରାଞ୍ଚିରେ ସର୍ବାଧିକ ୧୭୦୩ ନୂତନ ସଂକ୍ରମଣ ରହିଛନ୍ତି ।

Leave a Reply