ଛୁଟିରେ ଆସି ସ୍ତ୍ରୀକୁ ପିଟିପିଟି ମାରିଦେଲେ ସେନା ଯବାନ
1 min read
ଢେଙ୍କାନାଳ: ଆର୍ମି ଯବାନଙ୍କ ଉନ୍ମତ୍ତକାଣ୍ଡ । ଛୁଟିରେ ଆସି ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା ଅଭିଯୋଗ । ହତ୍ୟା ପରେ ଟାଉନ ଥାନାରେ ସରେଣ୍ଡର କଲା ହତ୍ୟାକାରୀ ସ୍ୱାମୀ । ଶ୍ୱଶୁରଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରି କାନ ଫଟାଇଲେ ଯବାନ । ଘଟଣା ଘଟିଛି ଢେଙ୍କାନାଳ ବାଜିଚୌକିରେ । ସ୍ଥଳସେନା କାମ କରୁଥିବା ସତ୍ୟଜିତ ମହାଳିକ ଛୁଟି ନେଇ ଗାଁକୁ ଆସିଥିଲେ । କୌଣସି କାରଣକୁ ନେଇ ସ୍ତ୍ରୀ ମମତା ମହାଳିକଙ୍କୁ ପିଟିପିଟ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏଥିସହିତ ପଢ଼ନ୍ତୁ: ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟ: ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ