ଢେଙ୍କାନାଳରେ ଭରି ରହିଛି ସ୍କେଟିଂ ପ୍ରତିଭା 

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟୋଦୟ ଆରମ୍ଭରୁ ସହରର ରାଜ ରାସ୍ତାରେ ଚକ ଲଗା ଗୋଡରେ ଧାଉଁଛନ୍ତି କୁନି କୁନି ପିଲା। ମନରେ ଉତ୍ସାହ ସହ ଅଳ୍ପ ସମୟ ଭିତରେ ଦୂରତାକୁ ନିଜ ମୁଠାରେ କରିବା ପାଇଁ କରୁଛନ୍ତି ଉଦ୍ୟମ । ଶୀତୁଆ ସକାଳରେ ସ୍କେଟିଂ ଅଭ୍ୟାସରେ ମଜିଯାଇଛନ୍ତି କୁନିକୁନି ଛାତ୍ରଛାତ୍ରୀ। ବରଫାବୃତ୍ତ ଦେଶରେ ସ୍କେଟିଂକୁ ମାଧ୍ୟମ କରି ଲୋକେ ଯାତାୟାତ କରୁଥିଲ । ପରେ ସ୍କ୍କେଟିଂ ସପ୍ତଦଶ ଶତାବ୍ଦୀରେ ଆରମ୍ଭ ହୋଇ ଲୋକ ଲୋଚନକୁ ଆସିଥିଲା । ସମାୟାନୁକ୍ରମେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଢେଙ୍କାନାଳ ଜିଲ୍ଲାରେ ସ୍କେଟିଂ ଖେଳ ଉପରେ ରାଜ୍ୟ ସରକାର ଦୃଷ୍ଟିଦେବା ଆବଶ୍ୟକତା ରହିଛି ।

ରାସ୍ତାରେ ଚକ ଲଗା ଗୋଡ଼ରେ ଧାଉଁଛନ୍ତି କୁନି କୁନି ପିଲା । ହାତରେ ସୁରକ୍ଷା କବଚ ସହ ମୁଣ୍ଡରେ ହେଲମେଟ ପିନ୍ଧି ସ୍କେଟିଂ କରୁଛନ୍ତି କୁନି କୁନି ପିଲା । ଢେଙ୍କାନାଳ ସହରରେ ସ୍କେଟିଂକୁ ନେଇ ଛୋଟ ପିଲା ଓ ଯୁବ ପୀଢିଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ସକାଳର ସୂର୍ଯ୍ୟୋଦୟ ସହିତ ରାଜରାସ୍ତାରେ ସ୍କେଟିଂ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ଛାତ୍ରଛାତ୍ରୀ । ଦୁଃଶାହାସିକ କ୍ରୀଡ଼ା କୌଶଳ ପ୍ରଦର୍ଶନରେ ଆଗ୍ରହୀ ଯୁବ ପୀଢ଼ିଙ୍କ ପାଇଁ ଏହା ଏବେ ପାଲଟିଛି ସଉକ । ପ୍ରତିଦିନ ଛାତ୍ରଛାତ୍ର ମାନେ ପଡ଼ିଆରେ ଅଭ୍ୟାସ ଜାରି ରଖି  ଏହି କ୍ରୀଡ଼ାରେ ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି । ସଠିକ ଭିତ୍ତିଭୂମି ମିଳିଲେ ଜିଲ୍ଲା, ରାଜ୍ୟ ପାଇଁ ଏହି କୁନି କୁନି ପିଲା ଗୌରବ ଆଣିପାରିବେ ବୋଲି କହିଛନ୍ତି ଅଭିଭାବକ ।

ଢେଙ୍କାନାଳର କ୍ରୀଡ଼ା ଏକାଡେମୀ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ୨୦୧୭ ମସିହାରୁ ଆରମ୍ଭ ହୋଇଛି ସ୍କେଟିଂ ପ୍ରଶିକ୍ଷଣ । ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ସୋମ୍ୟବ୍ରତ ସାହୁ ତଥା ଢେଙ୍କାନାଳ ସ୍କେଟିଂ ଆସୋସିଏସନର ସମ୍ପାଦକ ଛାତ୍ରଛାତ୍ରୀଙ୍କୁ  ପ୍ରଶିକ୍ଷଣ ଦେଉଛନ୍ତି । ବର୍ତ୍ତମାନ ୩୦ଜଣ ସ୍କେଟର୍ସ ପ୍ରଶିକ୍ଷଣ ନେଉଛନ୍ତି । ୨୦୧୯ ମସିହାରେ ଅନୁଷ୍ଠାନ ପକ୍ଷରୁ ୨ ଜଣ ଖେଳାଳି ଛଡ଼ିଶଗଡ଼ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ । ୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ଅନୁଷ୍ଠାନରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୪୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।

ନଜର ପକାନ୍ତୁ