spot_img

Latest Posts

ଢେଙ୍କାନାଳରେ ଆତଙ୍କ ଖେଳାଇଛି ରେଡ ବ୍ଯାଣ୍ଡ ପୋକ

ଢେଙ୍କାନାଳ: ଢେଙ୍କାନାଳରେ ଆତଙ୍କ ଖେଳାଇଛି ଅଷ୍ଟ୍ରେଲିଆନ ବା ରେଡ ବ୍ଯାଣ୍ଡ ପୋକ। ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ। ଶହ ଶହ ହେକ୍ଟରର ଆମ୍ବ ଚାଷ ନଷ୍ଟ ହେଉଛି। ଆମ୍ବ ଗଛ ଡାଳରୁ ମାଟି ତଳକୁ ଖସିପଡୁଛି। ଔଷଧ ସିଞ୍ଚନ ପରେ ବି ଚାଷୀଙ୍କୁ ମିଳୁନି ସୁଫଳ।

ପୁଣି ଚାଷୀ ମୁଣ୍ଡରେ ଚଡକ। ଆମ୍ବ ଚାଷୀଙ୍କୁ ଘାରିଛି ଅଷ୍ଟ୍ରେଲିଆନ ବା ରେଡ ବ୍ଯାଣ୍ଡ ପୋକ ଭୟ । ଢେଙ୍କାନାଳ ଜିଲ୍ଲାର ଚାଷୀ ହତାଷ। ଶହ ଶହ ହେକ୍ଟର ଆମ୍ବ ଚାଷ ନଷ୍ଟ । ଆରମ୍ଭରୁ  ଆମ୍ବ ହେଉଛି ନଷ୍ଟ , ଭିତରୁ ପଚିଯାଉଛି । ନହେଲେ ଆମ୍ବ ଗଛ ଡାଳରୁ ମାଟି ତଳକୁ ଖସିପଡୁଛି  ଅବା ହଳଦିଆ ପଡି ଶୁଖିଯାଉଛି । ଔଷଧ ସିଞ୍ଚନ ପରେ ବି ଚାଷୀଙ୍କୁ ମିଳୁନି ସୁଫଳ । ୨୦୨୨ ମସିହାରେ ଉତ୍ତରପ୍ରଦେଶ ଓ ବିହାରରେ ଏହି ପୋକର ସଂକ୍ରମଣ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଢେଙ୍କାନାଳରେ ପୋକର ସଂକ୍ରମଣ ବ୍ଯାପିବାରେ ଲାଗିଛି । ଯାହାକୁ ଦେଖି ଚାଷୀ ଆତଙ୍କିତ।

ଢେଙ୍କାନାଳ ଜିଲ୍ଲା ଆମ୍ବର ବିଦେଶର ରହିଛି ସ୍ଵତନ୍ତ୍ର ଚାହିଦା । ୧୦ ହେକ୍ଟର ଜମିରେ ଉତ୍ପାଦିତ ହୋଇଥାଏ ୫୦ ମେଟ୍ରିକ ଟନ ଆମ୍ବ । ବିନା ସାର ଓ କୀଟନାଶକ ପ୍ରୟୋଗରେ ଉତ୍ପାଦିତ ଆମ୍ବର ରହିଥାଏ ବେଶ ଚାହିଦା । ଆମ୍ବ ଗୁଡିକୁ ସ୍ଵତନ୍ତ୍ର ପ୍ଯାକେଜ କରି ଦିଲ୍ଲୀ, ଛତିଶଗଡ, କଲିକତା, ବିହାର ,ଉତ୍ତର ପ୍ରଦେଶ ସମେତ ବାହାର ଦେଶ ଦୁବାଇ, ବାଂଲାଦେଶ, ଆମେରିକାକୁ ହୋଇଥାଏ ରପ୍ତାନୀ । ହେଲେ ରେଡ ବ୍ଯାଣ୍ଡ ପୋକ ଚାଷୀଙ୍କ ନିଦ ହଜେଇଦେଇଛି । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ବୈଜ୍ଞାନିକ ମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ଉଦ୍ଯାନ କୃଷି ଉପ ନିର୍ଦ୍ଦେଶକ।

 

Latest Posts

Don't Miss