ଦୁର୍ଦ୍ଦାନ୍ତ ଅପରାଧି ହୁଣ୍ଡଙ୍କୁ ଢେଙ୍କାନାଳ ପୋଲିସର ଏନକାଉଣ୍ଟର

ଢେଙ୍କାନାଳ: ଢେଙ୍କାନାଳରେ ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରାଙ୍କୁ ଏନକାଉଛନ୍ତି । ହୁଣ୍ଡର ଗୋଡ଼କୁ ଗୁଳି ମାରିଲା ପୋଲିସ । ଏନକାଉଣ୍ଟର ପରେ ଚିକିତ୍ସା ପାଇଁ ହୁଣ୍ଡଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଶୀଘ୍ର କଟକ ସ୍ଥାନାନ୍ତର କରାଯିବ ବୋଲିସ ଜଣାପଡ଼ିଛି ।
ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ପୋଲିସ ଓ ଅପରାଧି ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟରେ କାମାକ୍ଷାନଗର ଅଂଚଳରେ ଅପରାଧ କରି ଆତଙ୍କ ସୃଷ୍ଟି କରିଥିବା କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଫେରାର ସଦସ୍ୟ ହୁଣ୍ଡ ଆହତ ହୋଇଛି । ଗତରାତିରେ ସହଯୋଗୀ ଲିପୁନ ସହ ମିଶି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲଲେ ହୁଣ୍ଡ । ଖବରପାଇ ସଦର ଥାନା ପୋଲିସ ଉଭୟଙ୍କୁ କାଙ୍କଡ଼ପାଳରୁ ମଙ୍ଗଳପୁର ପର୍ଯ୍ୟନ୍ତ ଗୋଡ଼ାଇଥିଲା । ଏହି ସମୟରେ ପୋଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ହୁଣ୍ଡ । ପୋଲିସର ପାଲଟା ଗୁଳିରେ ହୁଣ୍ଡ ବାଇକରୁ ଖସି ପଡ଼ିଥିବା ବେଳେ ସହଯୋଗୀ ଲିପୁନ ବାଇକ ସହ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରିଛି ପୋଲିସ । ହୁଣ୍ଡ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୮ ଟି ଅପହରଣ, ଲୁଟ, ଦାଦାବାଟି ଆଦାୟ, ଗୁଳିମାଡ଼ ଭଳି ମାମଲା ରହିଛି ।