spot_img

Latest Posts

ଗୁଣିଗାରେଡି ସନ୍ଦେହରେ ପିଉସୀକୁ ତୀର ମାରି ହତ୍ୟା କଲା ପୁତୁରା

ନନ୍ଦିଘୋଷ ବ୍ୟୁରୋ: ଗୁଣିଗାରେଡି ସନ୍ଦେହରେ ପିଉସୀକୁ ତୀର ମାରି ହତ୍ୟା କଲା ପୁତୁରା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ପିତଳଧୁଆ ଗ୍ରାମ ଝରଣା ସାହିରେ ହତ୍ଯାକାଣ୍ଡ। ମୃତକ ସେହି ଗାଁର ୭୦ ବର୍ଷୀୟ ସୁନ୍ଧୁ ସିଙ୍କୁ। ସୁନ୍ଧୁ ଘରେ ଥିବାବେଳେ ପୁତୁରା ଦାମୋଦର ହଠାତ ଘରେ ପଶି ତାଙ୍କୁ ତୀର ମାରିଥିଲା । ତୀରଟି ସୁନ୍ଧୁଙ୍କ ଛାତିରେ ବାଜିଥିବା ବେଳେ ସେ ସେଠାରେ ଟଳି ପଡ଼ିଥିଲେ  । ଖବର ପାଇ କାମାକ୍ଷାନଗର ଏସଡିପିଓ ଓ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛନ୍ତି। ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି ପୋଲିସ।

ତେବେ ପୂର୍ବରୁ ଉଭୟଙ୍କ ମଧ୍ୟରେ କୌଣସି ବଚସା କିମ୍ବା ଗଣ୍ଡଗୋଳ ନଥିଲା। ଗୁଣିଗାରେଡି ନେଇ ଦାମୋଦର ସନ୍ଦେହ କରୁଥିବା ଜଣାପଡିଛି । ସେଥିପାଇଁ ହତ୍ୟା କରିଥିବା ନେଇ ସୁନ୍ଧୁଙ୍କ ଝିଅ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟାକାରୀ ପୁତୁରା ଦାମୋଦର ପୂର୍ତ୍ତିକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ।

Latest Posts

Don't Miss