ଢେଙ୍କାନାଳ ହତ୍ୟା ମାମଲାରେ ବଡ଼ ଖୁଲାସା: ସ୍ତ୍ରୀକୁ ହତ୍ୟା କରି ମହନ୍ତ ସାଜିଥିଲେ ଅଭିଯୁକ୍ତ
ଢେଙ୍କାନାଳ: ଭୁବନରେ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଉଦ୍ଧବ ପାତ୍ରଙ୍କୁ ହତ୍ୟା କରିଥିବା ନେଇ ମହନ୍ତ ଦାଶରଥି ବେହେରା ପୋଲିସ ଆଗରେ ସ୍ୱୀକାର କରିଛି । ଅଭିଯୁକ୍ତ ମହନ୍ତ ଦାଶରଥୀ ଉପାସକ ହେବା ପୂର୍ବରୁ ଜଣେ ହତ୍ୟାକାରୀ ଥିବା ଜାଣିବାକୁ ପାଇଛି ପୋଲିସ । ଦାଶରଥୀଙ୍କ ଘର ଭୁବନ ବ୍ଲକ ଅଁଳାଝରୀରେ । ସେ ନୂଆପଡା ଜିଲ୍ଲାରେ ଗୁପଚୁପ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲା ।
୧୯୯୨ରେ ଦାଶରଥି ଜଣେ ମହିଳାଙ୍କୁ ବିବାହ କରିଥିଲା । ହେଲେ କିଛି ବର୍ଷ ପରେ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ୨୦୦୭ରେ ସେ ଆଉ ଜଣେ ମହିଳାଙ୍କୁ ନିଜର ଜୀବନସାଥୀ ରୂପେ ବାଛିଥିଲା । ତେବେ କୌଣସି କାରଣରୁ ଦ୍ୱିତୀୟ ସ୍ତ୍ରୀଙ୍କ ସହିତ ଦାଶରଥିଙ୍କ ପ୍ରତିଦିନ ଝଗଡା ହୋଇ ଆସୁଥିଲା । ଏହାସହ ସେ ନିଜର ଦ୍ୱିତୀୟ ପତ୍ନୀକୁ ହତ୍ୟା କରିଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ସେବେଠାରୁ ନାଁ ବଦଳାଇ ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ମହନ୍ତ ଭାବେ ରହୁଥିଲା ଦାଶରଥୀ । ହେଲେ ମଠରେ ମଦ ପିଇବା ସହ ମହନ୍ତଙ୍କ ସହ ଝଗଡ଼ା କରୁଥିଲା ।
ଏପରିକି ଉଦ୍ଧବ ଚପଲ ପିନ୍ଧି ମଠ ଭିତରକୁ ନ ଆସିବା ପାଇଁ ମହନ୍ତ ତାଙ୍କୁ ବାରଣ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉଦ୍ଧବଙ୍କୁ ମୁଣ୍ଡକୁ ଏକ ଫୁଙ୍କନଳରେ ଶକ୍ତ ପ୍ରହାର ଦେଇଥିଲା ଦାଶରଥୀ । ଆଉ ଘଟଣାସ୍ଥଳରେ ଉଦ୍ଧବଙ୍କର ମୃତ୍ୟୁ ହୋଇଥିଲା ।