ଏନଏଚ୍‌ ୫୫ର ଦୂରବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଢେଙ୍କାନାଳ ସାଂସଦଙ୍କ ଟାର୍ଗେଟ୍‌

ଢେଙ୍କାନାଳ: ଜାତୀୟ ରାଜପଥ ୫୫ର ଦୂରବସ୍ଥା ନେଇ ପୁଣି ଥରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ବିଜେଡି ସାଂସଦ ମହେଶ ସାହୁ । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଚାରିବର୍ଷ ପୂର୍ବରୁ ଏହି ଜାତୀୟ ରାଜପଥ କାର୍ଯ୍ୟ ସାରିଥାନ୍ତା । କଟକରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଶେଷ ହେଉନି । କେନ୍ଦ୍ର ସରକାରଙ୍କ ଉଦାସୀନତା ବିରୋଧରେ ବାରମ୍ବାର ଆନ୍ଦୋଳନ ହୋଇଛି । ସାଂସଦ ଭାବେ ସେ ସଂସଦରେ ଏହି ପ୍ରସଙ୍ଗ ଅନେକ ଥର ଉଠାଇଥିବା ମହେଶ ସାହୁ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ।

ରାଜ୍ୟ ଓ ଜାତୀୟ ସମସ୍ୟା ସମ୍ପର୍କିତ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ସବୁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । ସେହି ଅନୁସାରେ ଜାତୀୟ ରାଜପଥ ସମସ୍ୟାକୁ ବିଜେଡି ସବୁବେଳେ ସଂସଦରେ ଉଠାଇଛି । ଏହି ରାଜପଥ ପାଇଁ ଅନୁଗୁଳ ଓ ଢେଙ୍କାନାଳରେ ଜମି ଅଧିଗ୍ରହଣ ସରିଥିଲେ ବି ପରିବେଶ ମଞ୍ଜୁରୀ ନାଁରେ କାମ ବିଳମ୍ବ କରାଯାଉଥିବା ସାଂସଦ ମହେଶ ଅଭିଯୋଗ କରିଛନ୍ତି । ୨୦୨୩ ମାର୍ଚ୍ଚ ସୁଦ୍ଧା କାମ ସରିବ ବୋଲି ପୂର୍ବରୁ କେନ୍ଦ୍ର ଆଶ୍ୱାସନା ଦେଇଥିଲା । ହେଲେ ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇନି ।