ଢେଙ୍କାନାଳରେ ବଢିଚାଲିଛି ଖଣିମାଫିଆଙ୍କ ଦୌରାତ୍ମ୍ଯ
1 min readନନ୍ଦିଘୋଷ ବ୍ୟୁରୋ: ଢେ଼ଙ୍କାନାଳ ସୀମାନ୍ତ ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତ ସଂରକ୍ଷିତ ପାହାଡ଼ରୁ ଦିନ ଦ୍ଵିପ୍ରହରରେ ଖଣିମାଫିଆ ମାନେ ଲୁଟି ନେଉଛନ୍ତି ମୁଗୁନି ପଥର । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ୧୪୪ ଧାରା ଲାଗିଥିବା ଖଣିରୁ ମଧ୍ଯ ମୁଗୁନି ପଥର ଲୁଟି ନେଉଛନ୍ତି । ଏସବୁକୁ ଜାଣି ମଧ୍ୟ ସ୍ଥାନୀୟ ତହସିଲଦାର , ସ୍ଥାନୀୟ ପୋଲିସ ଓ ମାଇନିଂ ବିଭାଗ ସମ୍ପୂର୍ଣ ଚୁପ୍ ରହୁଥିବା ଅଭିଯୋଗ। ସେପଟେ ବେଆଇନ ଭାବେ ଖଣିରୁ କିଏ ମୁଗୁନି ପଥର ଉତ୍ତୋଳନ କରୁଛି ତାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଓ ମାଇନିଙ୍ଗ ବିଭାଗ।
NGTଙ୍କ ଟିମ ଚଢାଉ ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ଖଣି ମାଫିଆ। ଢେ଼ଙ୍କାନାଳ ସୀମାନ୍ତ ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତ ସଂରକ୍ଷିତ ପାହାଡ଼ରୁ ଦିନ ଦିନ ଦ୍ଵିପ୍ରହରରେ ଖଣିମାଫିଆ ମାନେ ଲୁଟି ନେଉଛନ୍ତି ମୁଗୁନି ପଥର । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ୧୪୪ ଧାରା ଲାଗିଥିବା ଖଣିରୁ ମଧ୍ଯ ମୁଗୁନି ପଥର ଲୁଟି ନେଉଛନ୍ତି । ଏସବୁକୁ ଜାଣି ମଧ୍ୟ ସ୍ଥାନୀୟ ତହସିଲଦାର , ସ୍ଥାନୀୟ ପୋଲିସ ଓ ମାଇନିଂ ବିଭାଗ ସମ୍ପୂର୍ଣ ଚୁପ୍ ରହୁଥିବା ଅଭିଯୋଗ । ଯାହାକୁ ନେଇ ତାଳଚେର ଅଞ୍ଚଳର ୟୁଥ ୟୁନାଇଟେଡ ନାମକ ଏକ ପରିବେଶ ସଂସ୍ଥା ପକ୍ଷରୁ NGTରେ ମାମଲା ଦାୟର ହୋଇଛି । PRMM କ୍ରଶର, ମା ଚଣ୍ଡୀ ଷ୍ଟୋନ କ୍ରସର, ଶ୍ରୀ ସାଇ ଷ୍ଟନ କ୍ରସର ଓ ଅନ୍ୟ ଏକ ସ୍ଥାନୀୟ କ୍ରସର୍ ଆଦି ବେଆଇନ ଖନନ କରି ୨୦ ହଜାର ଟନ ମୁଗୁନି ପଥର ବେଆଇନ ଭାବରେ ଉତ୍ତୋଳନ କରିଥିବା NGTଙ୍କ କୋର୍ଟରେ ଅଭିଯୋଗ ହୋଇଛି l ଯାହାକୁ ନେଇ ନିଶ୍ଚିନ୍ତ ପାହାଡ଼ରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଲାଗୁ ହୋଇଛି । ଏଥିସହ ଅଞ୍ଚଳରେ କିଛି ପୋଲିସ ମୁତୟନ ହୋଇଛନ୍ତି l
ସେପଟେ ଢ଼େଙ୍କାନାଳ ସୀମାନ୍ତବର୍ତ୍ତି ରାୟଗଡ଼ା ନିଶ୍ଚିନ୍ତ ସଂରକ୍ଷିତ ପାହାଡରେ ଖୋଲାଯାଇଥିବା ବେଆଇନ ଖଣି ସବୁ ବୁଲି ଦେଖିଛନ୍ତି ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀଙ୍କ ସମେତ ଅନ୍ଯ କର୍ମଚାରୀ । ତେବେ ପ୍ରଶ୍ନ ଉଠୁଛି – ୧୪୪ ଅର୍ଥାତ ୧୬୩ ଭାରତୀୟ ନ୍ଯାୟ ସଂହିତ ଧାରା ଲାଗିଥିବା ଖଣିରୁ କିଏ ଚୋରା ପଥର ଖନନ କରୁଛି ? ତାର ତଦନ୍ତ ଆରମ୍ଭ କରିଛି ମିଳିତ ଜିଲ୍ଲା ପ୍ରଶାସନ, ପ୍ରଦୂଷଣ ବିଭାଗ ଓ ମାଇନିଙ୍ଗ ବିଭାଗ। ସେଠାରେ ଥିବା କ୍ରସର ଗୁଡିକରେ ଅନୁମତି ପତ୍ର, ପ୍ରଦ୍ୟୁଷଣ ପ୍ରମାଣ ପତ୍ର ଆଦି ଯାଞ୍ଚ କରିଛନ୍ତି l ତେବେ କେତେ ପରିମାଣ ପଥର ଲୁଟ ହୋଇଛି ଏବଂ କ୍ରସର୍ ୟୁନିଟ ଗୁଡିକ କେତେଦୂର ସରକାରୀ ନିୟମ ପାଳନ କରୁଛନ୍ତି କି ନାହିଁ । ଖୁବଶୀଘ୍ର ତାହାର ରିପୋର୍ଟ ଦାଖଲ କରିବା ମାନ୍ୟବର NGT କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।