ବାହାଘରରେ ଯୋଗାଡିଆ ଉପହାର, ଜରି ଖୋଲିଲେ ଗଣିବେ ପାଞ୍ଚ ଟଙ୍କିଆକୁ ଦଶ ଟଙ୍କିଆ
କାମାକ୍ଷାନଗର: ଏବେ ଚାଲିଛି ବାହାଘର ଋତୁ । ବିଭିନ୍ନ ବାହାଘରକୁ ଯିବାବେଳେ ଉପହାରର ଗୁରୁତ୍ୱ ବେଶ ଆବଶ୍ୟକ । କାହିଁକି ନା ଉପହାରଟି କଣ ଆଉ କେମିତି ଦେଲେ ସୁନ୍ଦର ଲାଗିବ ଓ ଆପଣଙ୍କ ସମ୍ମାନ ବୃଦ୍ଧି ହେବ, ସେଥିପାଇଁ ସମସ୍ତେ ଚିନ୍ତାରେ । ଢେଙ୍କାନାଳ ସହର କାମାକ୍ଷାନଗର ସହରରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯିଏ କି କୌଣସି ସ୍ଥାନକୁ ଭୋଜି ଖାଇବାକୁ ଯିବା ପୂର୍ବରୁ ଉପହାର ଦେବାପାଇଁ ଯୋଗାଡ଼ ଆରମ୍ଭ କରନ୍ତି ।
କାମାକ୍ଷାନଗର ସହରର ଅନନ୍ତପୁର ସାହିର ଶ୍ରୀଧର ରାଉତ । ପେସାରେ କାମାକ୍ଷାନଗର ମହାବିଦ୍ୟାଳୟ ରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ବେଳେ ନିଶା ହେଉଛି ବିଭିନ୍ନ ପ୍ରକାର ର ଉପହାର ଦେବା । ତେଣୁ ଖାସ ଉପହାର ଦେବା ପାଇଁ ଶରତ ଅନେକ ଯୋଗାଡ଼ ଆରମ୍ଭ କରନ୍ତି । ପାଞ୍ଚ ଟଙ୍କିଆ କଏନ ଓ ଦଶ ଟଙ୍କିଆ କଏନକୁ ମିଶାଇ ଗିଫ୍ଟ ଦୋକାନ ରେ ପ୍ୟାକିଙ୍ଗ କରାଇ ନିଆରା ଶୈଳୀରେ ଉପହାର ଦିଅନ୍ତି ଶରତ ।
ସେହି ପାଞ୍ଚ ଓ ଦଶ ଟଙ୍କିଆ କଏନ ମିଶାଇଲେ ଦୁଇ ହଜାର ଟଙ୍କାରୁ ଉର୍ଦ୍ଧ ହେବ । କେତେବେଳେ ଉପହାର ପ୍ୟାକେଟରେ ଛେନାପୋଡ଼ ତ ଆଉ କେତେବେଳେ କଏନ ଭର୍ତି ପ୍ୟାକେଟ । ଏଭଳି ଭିନ୍ନ ଉପହାର ପ୍ରଦାନ କରିବାପାଇଁ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ ଶରତ ପାଲଟିଛନ୍ତି ଚର୍ଚ୍ଚିତ ଚେହେରା ।
ଏ ବିଷୟରେ ଶରତ କୁହନ୍ତି ଉପହାର ତ ସମସ୍ତେ ଦିଅନ୍ତି କିନ୍ତୁ ଏମିତି ଉପହାର ଯାହା ପାଞ୍ଚ ଜଣକୁ ଖୁସି ଦେଇ ପାରିବ, ସେହିଭଳି ଉପହାର ଦେବାପାଇଁ ତାଙ୍କୁ ବେଶ ଭଲ ଲାଗେ ।