ଚେଇଁ ଶୋଇଥିଲା ବନ ବିଭାଗ, ଖବର ପ୍ରସାରଣ ପରେ ବନ୍ଧାହେଲେ ବଜ୍ରକାପ୍ତା ବ୍ୟବସାୟୀ

ଢେଙ୍କାନାଳ: ଖବର ପ୍ରସାରଣ ପରେ ଆକ୍ସନ୍ । ବନ୍ଧା ହେଲେ ୨ ଚୋର । ଢେଙ୍କାନାଳ ଜିଲ୍ଲାରେ ବଜ୍ରକାପ୍ତା ଚୋରାଚାଲାଣ ଓ ଅବୈଧ ବିକ୍ରିକୁ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ନେଇଛି ବନ ବିଭାଗ । ବଜ୍ରକାପ୍ତା ରାକେଟରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଘନଶ୍ୟାମ ବେହେରାଙ୍କ ଘର ଖୋର୍ଦ୍ଧାରେ ହୋଇଥିବା ବେଳେ ଅନ୍ୟ ଜଣେ ଜିତେନ୍ଦ୍ର ପ୍ରଧାନଙ୍କ ଘର ଜଟଣୀରେ । ଏଥିସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

Dhenkanal Forest Department Arrested Two In Pangolin Transport Case

ବଜ୍ରକାପ୍ତାଟି ଢେଙ୍କାନାଳ କପିଳାସ ରେଞ୍ଜ ଅଞ୍ଚଳରୁ ଧରା ହୋଇଥିବା ବେଳେ ଅନ୍ୟତ୍ର ଚାଲାଣ କରାଯାଇଥାନ୍ତା । ୧୦ ଦିନ ପୂର୍ବରୁ ଏହି ବଜ୍ରକାପ୍ତାଟି ଖୋର୍ଦ୍ଧା ଚାଲାଣ ହୋଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ସୋମବାର ନଭେମ୍ବର ୩୦ ତାରିଖରେ ନନ୍ଦିଘୋଷ ଟିଭିରେ ଏ ସମ୍ପର୍କିତ ଏକ ଷ୍ଟିଙ୍ଗ ଅପରେସନର ଖବର ପ୍ରସାରଣ କରାଯାଇଥିଲା । ଏଥିରେ ଗତ ତିନି ମାସ ଧରି ଚାଲିଥିବା ଅପରେସନକୁ ପ୍ରସାରଣ କରାଯାଇଥିଲା ।

Dhenkanal Forest Department Arrested Two In Pangolin Transport Case

ଯେଉଁଥିରୁ କପିଳାସ ରେଞ୍ଜ ଜଙ୍ଗଲରେ ବଜ୍ରକାପ୍ତା ରାକେଟ ମାତିଥିବା ସ୍ପଷ୍ଟ ହୋଇଥିଲା । ଷ୍ଟିଙ୍ଗ ଅପରେସନ୍ ଅନୁସାରେ ବଜ୍ରକାପ୍ତା ଚୋରା ଚାଲାଣର ଚେର ଓଡ଼ିଶାରୁ କଲିକତା ଲମ୍ବିଛି ବୋଲି ସୁରାକ ମିଳିଥିଲା । ଏହା ଢେଙ୍କାନାଳରୁ ଆରମ୍ଭ ହୋଇ ଖୋର୍ଦ୍ଧା, ପୁରୀ ଓ କୋଲକାତା ଚାଲାଣ ହେଉଛି । ନନ୍ଦିଘୋଷ ଟିଭିର ଷ୍ଟିଙ୍ଗରେ ଧରା ପଡ଼ିଥିଲେ ୨ ଜଣ ବଜ୍ରକାପ୍ତା ବେପାରୀ । ଯାହାକୁ ପରେ ବାନ୍ଧିଛି ବନ ବିଭାଗ ।

Leave a Reply