ଫାର୍ମ ହାଉସରେ ଫୁଟିଲା ଗୁଳି, ଯୁବକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗୋବିନ୍ଦଚନ୍ଦ୍ର ନାଏକ । ଗତକାଲି ରାତିରେ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ନିଜ ଫାର୍ମ ହାଉସରେ ଶୋଇଥିଲେ । କେହି ଦୁର୍ବୃତ୍ତ ଫାର୍ମ ହାଉସରେ ପଶି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦଚନ୍ଦ୍ର ପାଟି କରିବାରୁ ଦୃର୍ବୁତ୍ତ ମାନେ ତାଙ୍କୁ ଗୁଳି କରିଥିଲେ । ଗୋବିନ୍ଦଚନ୍ଦ୍ରଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।