spot_img

Latest Posts

ଖଣି ବିସ୍ଫୋରଣ ଘଟଣା, ମୃତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲେ ଓଡ୍ରାଫ ଟିମ୍

ଢେଙ୍କାନାଳ : ଢେଙ୍କାନାଳ ମୋଟଙ୍ଗା ଥାନା ନିମିଧା ରୋଡ ମେଟାଲ ଖଣି ବିସ୍ଫୋରଣ ଘଟଣା । ଖଣି ବିସ୍ଫୋରଣରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଟି ଅତଡା ତଳେ ଚାପି ହୋଇଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଓଡ୍ରାଫ ଟିମ୍ । ମେସିନ ସାହାଯ୍ୟରେ ପଥର ଗୁଣ୍ଡ ଗୁଡ଼ିକ ହଟାଯାଇ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯିବ । ସନ୍ଧନୀ କୁକୁର ସହ ପୋଲିସ ମୃତଦେହ ବାହାର କରିବାକୁ ଉଦ୍ୟମ କରୁଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଢେଙ୍କାନାଳ ଏସପି ଓ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଉକ୍ତ ଖଣି ଖନନ ପାଇଁ ବହୁ ପୂର୍ବରୁ ଅବଧି ସାରିଥିଲା । ଏଥିପାଇଁ ମାଇନ୍ସ ବିଭାଗ ତରଫରୁ ଖଣି ମାଲିକଙ୍କୁ ଅଗଷ୍ଟ ମାସରେ ଚିଠି ହୋଇଥିଲା । ହେଲେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଖଣିଜ ସମ୍ପଦ କରୁଥିଲେ ।

Latest Posts

Don't Miss