ମହିଳାଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ ସରପଞ୍ଚଙ୍କ ପୁଅ !
1 min read
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁରରେ ଅଭାବନୀୟ ଘଟଣା । ମହିଳାଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ ସରପଞ୍ଚଙ୍କ ପୁଅ ! ମୃତକ ହେଲେ ସେହି ଗାଁର ଶୈଳବାଳା ସାମଲ । ସ୍ଥାନୀୟ ସରପଞ୍ଚଙ୍କ ପୁଅ ଗାଡ଼ି ଚଢ଼ାଇ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ ।
ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଢେଙ୍କାନାଳ-କପିଳାସ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି । ସ୍ଥାନୀୟ ଲୋକ ଓ ପରିବାର ଲୋକ କ୍ଷତିପୂରଣ ଓ ସରପଞ୍ଚଙ୍କ ପୁଅକୁ ଗିରଫ ଦାବି କରିଛନ୍ତି । ପୋଲିସ ଗାଡ଼ି ଜବତ କରିବା ସହିତ ସରପଞ୍ଚଙ୍କ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।