ସରପଞ୍ଚଙ୍କ ସଟଡାଉନ ନିର୍ଦ୍ଦେଶ, ସଂକ୍ରମିତ ବଢିବାରୁ ନିଷ୍ପତ୍ତି

ସୁନ୍ଦରଗଡ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମ ପଞ୍ଚାୟତକୁ ସଟଡାଉନ ନିର୍ଦ୍ଦେଶ ଦେଲେ ଗ୍ରାମ ପଞ୍ଚାୟତ ସରପଞ୍ଚ । ସୁନ୍ଦରଗଡ ଜିଲ୍ଲାର ଢେଲୁଆ ଗ୍ରାମପଞ୍ଚାୟତରେ ସଂକ୍ରମିତଙ୍କ ସଂଖ୍ୟ ବୃଦ୍ଧି ଘଟିବାରୁ ସରପଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତର ବିଲେଇଗଡ଼ ଏବଂ କଂସାବାହଲ ଗ୍ରାମରେ ନିକଟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସଂମ୍ପୂର୍ଣ୍ଣ ପଞ୍ଚାୟତକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଛି । ଗୁରୁବାର ୧୨ ଟାରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ସଟଡାଉନ କରାଯିବ । ଏନେଇ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀଙ୍କୁ ଜଣାଇଛନ୍ତି ସରପଞ୍ଚ ।

ସଟଡାଉନ ସମୟରେ ପଞ୍ଚାୟତରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । କିନ୍ତୁ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରପଞ୍ଚ । ସେହିପରି ସୁନ୍ଦରଗଡ ଜିଲ୍ଲାର ଚୁଙ୍ଗିମାଟି ପଞ୍ଚାୟତରେ ମଧ୍ୟ ଲକଡାଫନ ଘୋଷଣା କରାଯାଇଛି । ଗୁରୁବାର ରୁ ସୋମବାର ପର୍ଯ୍ୟନ୍ତ ଚୁଙ୍ଗିମାଟି ଗ୍ରାମପଞ୍ଚାୟତର ଦୁଇଟି ଗ୍ରାମରେ ଲକଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

Leave a Reply