spot_img

Latest Posts

ଧଉଳି ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଧଉଳି ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି ଗିରଫ ଗିରଫ । ଘଟଣାସ୍ଥଳରେ ଅଭିଯୁକ୍ତିକୁ ନେଇ ପୋଲିସ କରିଛି ସିନ ରିକ୍ରିଏସନ। ଘଟଣାସ୍ଥଳରେ ଅଭିଯୁକ୍ତ ବଖାଣିଲା କାଳରାତ୍ରୀର ସତ। ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ଦୟା ନଦୀପଠାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ବ୍ୟାପକ ହୋଇଥିଲା ତଦନ୍ତ । ମଙ୍ଗଳବାର କ୍ରାଇମ ସ୍ପଟ ଓ ଧଉଳି ଥାନାକୁ ଯାଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ ମହିଳା କମିଶନ ଓ ଶିଶୁ କମିଶନ । ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁ ରେ ୨୦ ରୁ ଉର୍ଦ୍ଧ୍ବ ମାମଲା ରହିଛି ।

କିଛିଦିନ ତଳେ ଜେଲରୁ ବାହାରି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ତାକୁ ଧରିବା ପାଇଁ ଶିଶୁପାଳଗଡ଼ ସ୍ଥିତ ତା’ ଘରେ ଚଢ଼ାଉ କରିଥିଲା ପୋଲିସ । ପୂର୍ବରୁ ଏହି କେସରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଗତ ୧୦ ତାରିଖରେ ନିଜ ପୁରୁଷବନ୍ଧୁଙ୍କ ସହ ଯାଉଥିବା ବେଳେ ୩ ଜଣ ଦୁର୍ବୁର୍ତ୍ତ ତାଙ୍କୁ ଅଟକାଇଥିଲେ। ସୁନା ଚେନ, ଟଙ୍କା ଛଡାଇବାକୁ ଚେଷ୍ଟା କରିଥିଲେ। ସବୁ ନେବା ପରେ ମନ ଶାନ୍ତି ହୋଇନଥିଲା । ବୟଫ୍ରେଣ୍ଡ ସମ୍ମୁଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି କେସରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରାଯାଇଛି। ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ସ୍ୱତନ୍ତ୍ର ଭାବେ ଏହି କେସର ତଦନ୍ତ ହେବ । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଠାରୁ ଆରମ୍ଭ କରି ଦଣ୍ଡବିଧାନ ଯାଏଁ ପ୍ରକ୍ରିୟାକୁ ତ୍ୱରିତ କରାଯିବ ।

Latest Posts

Don't Miss