ଫସିରହିଥିବା ଓଡ଼ିଆଙ୍କ ସହାୟତା ପାଇଁ ଧର୍ମେନ୍ଦ୍ରଙ୍କ ତତ୍ପରତା

ଭୁବନେଶ୍ୱର: ଗୁଜୁରାଟରେ ଫସିରହିଥିବା ଓଡ଼ିଆଙ୍କ ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ପରତା । କରୋନା ମହାମାରୀ ଯୋଗୁଁ ଗୁଜୁରାଟ୍‌ରେ ଫସି ରହିଥିବା ଓଡ଼ିଆଙ୍କ ସହାୟତା ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ।

ଫୋନ୍‌ ଯୋଗେ ସୁରତ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓଡ଼ିଆ ଶ୍ରମିକମାନେ ଥିବା ଲକ୍‌ଡାଉନ୍ ଯୋଗୁଁ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୟ ରୂପାନୀଙ୍କୁ ଅବଗତ କରିଛନ୍ତି ଶ୍ରୀ ପ୍ରଧାନ ।

Vijay Rupani to continue as Gujarat CM » Sirf News

ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଶ୍ରମିକମାନଙ୍କ ଖାଇବା, ସାମଜିକ ଦୂରତ୍ୱ, ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ନେଇ ରାଜ୍ୟ ପ୍ରଶାସନକୁ ଶ୍ରୀ ରୂପାନୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଗୁଜୁରାଟ୍‌ରେ ଥିବା ଓଡ଼ିଆ ଶ୍ରମିକଙ୍କ ମାମଲାରେ ଗୁଜୁରାଟ୍‌ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫସି ରହିଥିବା ଓଡ଼ିଆଙ୍କ ରହିବା ଓ ଖାଇବା ବ୍ୟବସ୍ଥା ପାଇଁ ଚିଠି ଲେଖିଛନ୍ତି । ଏଥିସହିତ ସେମାନଙ୍କ ବାବଦକୁ ଯାହା ଖର୍ଚ୍ଚ ହେବ ସେ ସବୁ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯିବ ବୋଲି ମଧ୍ୟ କୁହାଯାଇଛି ।

Leave a Reply