spot_img

Latest Posts

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !

ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦେଇଛି ବିଜେପି । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ଵ ମିଳିଛି । ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ଅରୁଣ ସିଂହଙ୍କ ସହ ବେଙ୍ଗାଲୁରୁ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜ୍ୟରେ ହଟଚମଟ ଜାରି ରହିଛି।

ଦଳ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାମ ସର୍ବାଗ୍ରେ ରହିଛି। ଏହା ବ୍ୟତୀତ କର୍ଣ୍ଣାଟକ ଗୃହ ମନ୍ତ୍ରୀ  ବାସବରାଜ ବୋମ୍ମାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅଛନ୍ତି। ବର୍ତ୍ତମାନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ନୂତନ ନେତା ଚୟନ କରିବା ପାଇଁ ଦିନେରୁ ଦୁଇ ଦିନ ସମୟ ଲାଗିପାରେ। ସେ ପର୍ଯ୍ୟନ୍ତ ୟେଦ୍ୟୁରପ୍ପା କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବ୍ୟବସ୍ଥା ସମ୍ଭାଳିବେ।

ଅନ୍ୟପଟେ ଇସ୍ତଫା ଦେବା ପରେ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ କାହାରି ନାମରେ ସୁପାରିଶ କି ପ୍ରସ୍ତାବ ଦେଇ ନାହାନ୍ତି। ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଯାହାକୁ ବି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯିବ ଆମେ ତାଙ୍କ ଅଧିନରେ କାମ କରିବୁ। ମୁଁ ନିଜ ତରଫରୁ ୧୦୦ ପ୍ରତିଶତ ଯୋଗଦାନ ଦେବି ଏବଂ ମୋର ସମର୍ଥକ ମଧ୍ୟ ଏମିତି କରିବେ। ମୋର ଅସନ୍ତୋଷକୁ ନେଇ କୌଣସି ପ୍ରକାରର କଥା କହିବା ଭୁଲ୍ ହେବ।

Latest Posts

Don't Miss