spot_img

Latest Posts

ଚତୁର୍ଥ ସ୍ତମ୍ଭକୁ ନେଇ ହୀନ ମାନସିକତା ଦେଖାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ : ସୁଲତା ଦେଓ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ଟାର୍ଗେଟ। ତୀବ୍ର ଭାବେ ସମାଲୋଚନା କରିବା ସହ କହିଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ନେଇ ଥଟା ପରିହାସ କରିବା ସହ ଛିଗୁଲେଇ କହିବାକୁ ନେଇ ସମାଲୋଚନା କରିଛନ୍ତି ସୁଲତା ଦେଓ। ଚତୁର୍ଥ ସ୍ତମ୍ଭର କାମ ହେଉଛି ସତ ଦେଖାଇବା।ତେବେ ଚତୁର୍ଥ ସ୍ତମ୍ଭକୁ ନେଇ ହୀନ ମାନସିକତା ଦେଖାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ନିର୍ଦ୍ଦିଷ୍ଟ ମିଡିଆ ହାଉସର ନାଁ ନେଇ ଛିଗୁଲେଇ ସଭାରେ କହିଥିଲେ। ଯାଜୁପୁର ବଡ଼ଚଣାର ଏକ ସଭାରେ ଥଟା ପରିହାସ କଲା ଭଳି କହୁଥିଲେ।  ଗଣମାଧ୍ୟମକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ। ମିଡିଆ ପାଇଁ ଏଭଳି ଭାଷା କେହି ଗ୍ରହଣ କରିବେନି। ଏହା ବିହାର, ଉତ୍ତରପ୍ରଦେଶ କି ଆସାମ ନୁହେଁ ବୋଲି କହିଛନ୍ତି ସୁଲତା। ଲୋକଙ୍କ ଭଲ ପାଇବା ଯୋଗୁଁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଆସୁଛନ୍ତି। ଧର୍ମେନ୍ଦ୍ର ନିଜ ଜାଗାରେ ଠିଆ ହେଲେନି ସମ୍ବଲପୁର ଚାଲିଗଲେ। ସେ ପୁଣି କହିବେ ନୀତି ଓ ନୈତିକତାର କଥା। ମୁଖ୍ୟମନ୍ତ୍ରୀଙ୍କୁ ଟେକା ଫୋପାଡ଼ିଲେ ନିଜ ମୁହଁରେ ଆସି ପଡ଼ିବ।

ପାହାଡ଼କୁ ଟେକା ଫୋପାଡିଲେ ନିଜ ଉପରେ ପଡ଼ିବ। ଇସିଆଇଙ୍କ ନିକଟରେ IFS ବିନୟ ପ୍ରଧାନଙ୍କୁ ନେଇ ଫେରାଦ ହୋଇଥିଲୁ। କଣ କାର୍ଯ୍ୟାନୁଷ୍ଠାନ ଇସିଆଇ ନେଇଛନ୍ତି ବୋଲି ପଚାରିଛନ୍ତି। ପର ତିଅଣରେ ଚର୍ଚ୍ଚା କରିବାକୁ ଧର୍ମେନ୍ଦ୍ରଙ୍କୁ ଭଲ ଲାଗୁଛି।ଜର ହୋଇଛି, ତାଟିଆ କାମୁଡିଲେ କିଛି ହେବନି । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ। ଓଡ଼ିଶାବାସୀ ଉଚିତ ଭାବେ ଭୋଟରେ ଜବାବ ଦେଇଛନ୍ତି। ଆପଣଙ୍କ ଆଶା ଆଶାରେ ରହିଯିବ। ଆଚାର, ବ୍ୟବହାର ଶିଖିନାହାନ୍ତି। କାମ କେବେ କରିନାହାନ୍ତି। କାଦୁଆ ଫୋପାଡି, ଏଭଳି କାମ କରି ପୁଣିଥରେ ବିଦାୟ ନେବେ। ନିର୍ବାଚନ ପରେ ଆଉ  କାହାର ଦେଖା ନଥିବ ବୋଲି କହିଛନ୍ତି ସୁଲତା ଦେଓ।

Latest Posts

Don't Miss