ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡକୁ ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
1 min readଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ଦେଶ ଆତଙ୍କିତ । ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡକୁ ଛୁଟୁଛି ସହାୟତାର ସୁଅ । ଏହି କ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହାୟତାର ହାତ ବଢ଼ାଇଛନ୍ତି । ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଛିଡ଼ା ହେବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡକୁ ଗୋଟିଏ ମାସର ଦରମା ପ୍ରଦାନ କରିଛନ୍ତି । ଏଥିସହ ଧର୍ମେନ୍ଦ୍ର ସାଂସଦ ହାତପାଣ୍ଠିରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡକୁ ୧ କୋଟି ଟଙ୍କା ପ୍ରଦାନ କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଏହି କଠିନ ସମୟରେ, ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ପାଇଁ ଛିଡା ହେବା ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ବା ଏମପିଲାଡ୍ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ପାଣ୍ଠିକୁ 1 କୋଟି ଟଙ୍କା ପ୍ରଦାନ କରୁଛି ।
— Dharmendra Pradhan (मोदी का परिवार) (@dpradhanbjp) March 29, 2020
ଦେଶରେ କଠିନ ସମୟରେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ପାଇଁ ଛିଡ଼ା ହେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି ।