ଗଣମାଧ୍ଯମର ନହୋଇ ଜଣମାଧ୍ଯମର ପ୍ରତିନିଧି ସାଜିଛନ୍ତି କି ରୁବେନ୍ ବାନାର୍ଜୀ ?

1 min read

ନନ୍ଦିଘୋଷ ବ୍ୟୁରୋ: ଜାତୀୟସ୍ତରର ନ୍ଯୁଜ ମାଗାଜିନ ଆଉଟଲୁକରୁ ବାହାରିବା ପରେ ଗଣମାଧ୍ଯମର ନହୋଇ ଜଣମାଧ୍ଯମର ପ୍ରତିନିଧି ସାଜିଛନ୍ତି କି ରୁବେନ୍ ବାନାର୍ଜୀ ? ନିଜ ଅସ୍ତିତ୍ବକୁ ବଂଚାଇ ରଖିବାକୁ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରି ଆସୁଛନ୍ତି କି ରୁବେନ୍ ? ବିଜେପିକୁ ସମାଲୋଚନା କରୁଥିବା ଏବଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କ ବକ୍ତବ୍ୟକୁ ନିଜର ପରୋକ୍ଷ କର୍ତ୍ତୃତ୍ବ ଥିବା ଚ୍ୟାନେଲରେ ପ୍ରସାରିତ କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳରେ ସ୍ଥିତି ନେଇ ସନ୍ଦେହ ତିଆରି କରିଛି । କହିବାର ତାତ୍ପର୍ଯ୍ୟ ହେଲା ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥିତି ଆଉ ନାହିଁକି ?

ବିଜେପିର ଶୀର୍ଷ ନେତୃତ୍ବ ବନାମ ଧର୍ମେନ୍ଦ୍ର ପ୍ରଧାନ ! ପ୍ରଧାନମନ୍ତ୍ରୀଙ୍କ ସମାଲୋଚକ ଧର୍ମେନ୍ଦ୍ରଙ୍କ ଆପଣାର ! ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ ସମାଲୋଚକଙ୍କୁ କାହିଁକି ନିଜ ମୁଖପାତ୍ର ବନାଇଲେ ଧର୍ମେନ୍ଦ୍ର ? ଦଳରେ ଭଲନାହିଁ କି ଧର୍ମେନ୍ଦ୍ରଙ୍କ ସ୍ଥିତି ? ଏ ପ୍ରଶ୍ନ ଉଠିବାର ବି ଅନେକ ଯୁକ୍ତି ରହିଛି । ଏ ବ୍ଯକ୍ତିଙ୍କୁ ଚିହ୍ନିଥିବେ ନିଶ୍ଚୟ । ଦେଶର ଜଣାଶୁଣା ସାମ୍ବାଦିକ ରୁବେନ ବାନାର୍ଜୀ । ହେଲେ  ଆଉଟଲୁକରୁ ବାହାରିବା ପରେ ସତେଯେମିତି ମିଡିଆ ଏଥିକ୍ସରୁ ବି ଆଉଟର ହୋଇଯାଇଛନ୍ତି । ଗଣମାଧ୍ଯମର ନହୋଇ ଜଣମାଧ୍ଯମର ପ୍ରତିନିଧି ସାଜିଛନ୍ତି । ଅସ୍ତିତ୍ବ ବଂଚାଇବାକୁ  ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଭଳି ଶୀର୍ଷ ରାଜନେତାଙ୍କୁ ବି ଟାର୍ଗେଟ୍ କରିବାକୁ ପଛାଉ ନାହାଁନ୍ତି । ଭିତ୍ତିହୀନ ଓ ତଥ୍ଯହୀନ କଥାକୁ ମିଛର ରଙ୍ଗରେ ଫେଣ୍ଟାଫେଣ୍ଟି କରି ପାଠକଙ୍କୁ ବିଭ୍ରାନ୍ତ କରୁଥିବା ଜଣେ ଏପରି ବ୍ଯକ୍ତିଙ୍କୁ କାହିଁକି ଅସ୍ତ୍ର କରିଲେ ଧର୍ମେନ୍ଦ୍ର ? ପରୋକ୍ଷ କର୍ତ୍ତୃତ୍ବ ଥିବା ନିର୍ଦ୍ଦିଷ୍ଟ ଚ୍ୟାନେଲରେ ରୁବେନଙ୍କୁ ନେଇ କଣ ସନ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ? ଯାହାକି ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳରେ ସ୍ଥିତି ନେଇ ସନ୍ଦେହ ତିଆରି କରିଛି । ଅର୍ଥାତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥିତି ଆଉ ଭଲନାହିଁ କି ?

ଗୋଦି ମିଡିଆ ଭଳି ଶବ୍ଦର ସୂତ୍ରଧର ହେଉଛନ୍ତି ରୁବେନ୍ । ପ୍ରଶ୍ନ ଉଠୁଛି ସେ ଏବେ ଆନାଲିଟିକାଲ୍ ଷ୍ଟୋରୀ ନୁହେଁ ପେଡ୍ ନ୍ଯୁଜର ବାଦଶାହ ପାଲଟି ଯାଇଛନ୍ତି କି ? ବିଭିନ୍ନ ସମୟରେ ଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସାମିଲ୍ ଲୋକଙ୍କ ମନରେ ନରେନ୍ଦ୍ର ମୋଦିଙ୍କୁ ନେଇ ଘୃଣାଭାବ ସୃଷ୍ଟି କରିବାକୁ ସେ ଅପଚେଷ୍ଟା କରୁଥିବା ଅଭିଯୋଗ ହୋଇ ଆସୁଛି।  ଗୁଜରାଟର ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ରାଜକ୍ଷମା ଖାରଜ ଏବଂ ପୁଣିଥରେ ଜେଲ ପଠାଇବା ଘଟଣାରେ ଗୁଜରାଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ରୁବେନ । ସମ୍ପାଦକୀୟରେ ଲେଖା ପ୍ରକାଶ କରି କେନ୍ଦ୍ର ସହ ଗୁଜରାଟ ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମୁହଁରୁ ଗୋଟିଏ ପଦବି ଶୁଣିବାକୁ ନମିଳିବା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦୁଟିଏ ନକହିବାକୁ ନେଇ ଭର୍ତ୍ସନା କରିଥିଲେ । ସିଧା ସିଧା ଗୁଜୁରାଟ ମଡେଲକୁ ନିଶାଣ କରିଥିଲେ ।

ଖାଲି ଏ ଗୋଟିଏ ଘଟଣା ନୁହେଁ, ୨୦୨୦ରେ ପାକିସ୍ତାନ ସୀମାଠାରୁ ମାତ୍ର ୨୦ ମିନିଟର ଦୂରତାରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାଟ ରୋକିକା ଘଟଣାରେ ବି ମୋଦିଙ୍କୁ ସମାଲୋଚା କରିଥିଲେ ରୁବେନ୍ । ପୋଲିସ ବୟାନକୁ ଉପହାସ କରିବା ସହ ମୋଦି ଏଥିରୁ ମାଇଲେଜ ଉଠାଉଥିବା ନେଇ ସମାଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କାହା ପାଇଁ କଣ ଲେଖିଲେ, କଣ ସମାଲୋଚନା କଲେ ତାହା ଏକ ଭିନ୍ନ ପ୍ରସଙ୍ଗ । କିନ୍ତୁ ବିଜେପିକୁ ସମାଲୋଚନା କରୁଥିବା ଏବଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କ ବକ୍ତବ୍ୟକୁ ନିଜର ପରୋକ୍ଷ କର୍ତ୍ତୃତ୍ବ ଥିବା ଚ୍ୟାନେଲରେ ପ୍ରସାରିତ କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳରେ ସ୍ଥିତି ନେଇ ସନ୍ଦେହ ତିଆରି କରିଛି ।

ଓଡିଶା ବିକାଶର ସାରଥୀ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କେବେ ଗଣମାଧ୍ୟମ ସାମନାକୁ ଆସି ଡିଣ୍ଡିମ ପିଟିବାକୁ ଚାହୁଁନଥିବା କାର୍ତ୍ତିକ ପାଣ୍ଡିଆନ ନିକଟରେ ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ଏକ ସାକ୍ଷାତକାର ଦେଇ ତାଙ୍କ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ପାଣ୍ଡିଆନଙ୍କ ବକ୍ତବ୍ୟକୁ ନେଇ ବିଜେପିର କର୍ତ୍ତୃତ୍ବ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରୋକ୍ଷ କର୍ତ୍ତୃତ୍ବରେ ଥିବା ଏକ ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ମୁହଁରେ ବିଭିନ୍ନ ପ୍ରଶ୍ନ ଉଠାଉଛି ।