ନବ ଦାସଙ୍କୁ ଧମକ ଦେଉଥିଲେ ଧର୍ମେନ୍ଦ୍ର ଓ ଜୟନାରାୟଣ: ରୁଦ୍ର ମହାରଥୀ

ଭୁବନେଶ୍ୱର: ସ୍ବର୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କୁ ଧମକ ଦେଉଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ର । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ସେ କହିଛନ୍ତି ପଦମପୁର ଉପନିର୍ବାଚନ ସମୟରେ ପାର୍ଟି ରଣନୀତି ବିଷୟରେ ଆଲୋଚନା ବେଳେ ନବ ଦାସ କହିଥିଲେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ର ଧମକ ଦେଉଛନ୍ତି । ଏମିତିକି ପଦମପୁର ଉପନିର୍ବାଚନକୁ ନଆସିବା ସହ ଦୂରେଇ ରହିବା ପାଇଁ ନବ ଦାସଙ୍କୁ ଉଭୟେ ଧର୍ମେନ୍ଦ୍ର ଓ ଜୟନାରାୟଣ କହିଥିଲେ । କାହାକୁ ଡରେ ନାହିଁ ବୋଲି ନବ ଦାସ କହିଥିଲେ ବୋଲି ରୁଦ୍ର କହିଛନ୍ତି ।

କୋଉଁଠି ନା କୋଉଁଠି ନବକିଶୋରଙ୍କ ହତ୍ୟା ପଛରେ ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ସନ୍ଦେହ ଘେରରେ ରହୁଛି । ଜୟନାରାୟଣ ମିଶ୍ର ଯାହାଙ୍କ ନାଁରେ ୧୬ଟି ଅପରାଧିକ ମାମଲା ରହିଛି । ପବ୍ଲିକ ପ୍ଲେସରେ ଅନ୍ ଡିଉଟି ପୋଲିସ ଅଫିସରଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ବରିଷ୍ଠ ହୋଇ ସେମାନଙ୍କଠୁ କ’ଣ ଶିଖିବେ ଯୁବ ବିଧାୟକ ବୋଲି ପ୍ରଶ୍ନ କରିଛନ୍ତି ରୁଦ୍ର ।