ଧର୍ମଶାଳାରୁ ଅପହୃତ ଯୁବତୀ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ

Dharmasala Police Rescued Kidnapped Girl And Arrested Mastermind

ଚଣ୍ଡିଖୋଲ: ଯାଜପୁର ପାଣିକୋଇଲି ରାସ୍ତାରୁ କଲେଜ ଛାତ୍ରୀ ଅପହରଣ ଘଟଣାରେ ଧର୍ମଶାଳା ପୋଲିସକୁ ସଫଳତା । ଉଦ୍ଧାର ହେଲେ ଅପହୃତ ଯୁବତୀ । ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ । କଲେଜରୁ ମାଇଗ୍ରେସନ୍ ସାର୍ଟିଫିକେଟ୍ ନେଇ ଫେରିବା ବାଟରେ ଧର୍ମଶାଳା ଥାନା ଚହଟା ଗାଁର ଯୁବତୀଙ୍କୁ ଜାରକାର ସେଖ୍ ଓରଫ ବବି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଅପହରଣ ପରେ ଯୁବତୀ ଜଣଙ୍କ ଫୋନରେ ତାଙ୍କ ମାଆଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଥିବା ଅଡିଓ ଭାଇରାଲ୍ ହୋଇଥିଲା ।

Dharmasala Police Rescued Kidnapped Girl And Arrested Mastermind

ଅପହରଣ ଘଟଣାରେ ଧର୍ମଶାଳା ଥାନା ପୋଲିସ ଅଭିଯୁକ୍ତର ବାପା  ଅବ୍ଦୁଲ ହମିଦ୍ ଖାଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ଜାରକା ଗୋପବନ୍ଧୁ ନଗରର ସେଖ୍ ଅବ୍ଦୁଲ ସେମତ ଖାଁକୁ ଗିରଫ ସହ ଯୁବତୀଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ପୋଲିସ । ଧର୍ମଶାଳା ଥାନା ପୋଲିସକୁ ଏଥିରେ ସଫଳତା ମିଳିଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ହେପାଜତକୁ ନେଇଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରିଛି ।

Dharmasala Police Rescued Kidnapped Girl And Arrested Mastermind

ଧର୍ମଶାଳା ଥାନା ପୋଲିସ କଟକ ଆଖପାଖ ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ସେଖ୍ ଓରଫ ବବିକୁ ଗିରଫ କରିଛି । ଆସନ୍ତାକାଲି (ଶୁକ୍ରବାର) ପୋଲିସ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜଣାପଡ଼ିଛି । ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି । ତେବେ, ଅପହରଣ ପଛର କାରଣ ଏବଂ ଧର୍ମ ପରିବର୍ତ୍ତନ କରି ବିବାହ ପଛର ସତ ପୋଲିସ୍ ପ୍ରେସମିଟ ପରେ ଜଣାପଡ଼ିବ ।

Dharmasala Police Rescued Kidnapped Girl And Arrested Mastermind

ସୂଚନାଯୋଗ୍ୟ, ଧର୍ମଶାଳା ଥାନାର ଟହଟା ଗାଁର ଜଣେ ୨୧ ବର୍ଷୀୟ ଯୁବତୀ ଡିସେମ୍ବର ୫ ତାରିଖରେ ଭି.ଏନ୍ କଲେଜ ଯାଜପୁର ରୋଡକୁ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆଣିବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଦିନ ପ୍ରାୟ ୩ଟା ୧୫ରେ ଘରୁ ଫୋନ୍ କରିଥିଲେ । ଯୁବତୀ ଜଣଙ୍କ କହିଥିଲେ ସେ… ପାଣିକୋଇଲି ପାଖାପାଖି ପହଞ୍ଚିଛି… ଘରକୁ ଯାଉଛି । ମାତ୍ର ଝିଅ ଘରେ ନପହଞ୍ଚିବା, ବିଳମ୍ବ ହେବାରୁ ପୁଣି ସନ୍ଧ୍ୟା ୫ଟାରେ କଲ୍ କରିଥିଲେ । ହେଲେ ଲାଗିନଥିଲା ଝିଅର ଫୋନ୍, ଥିଲା ସ୍ୱିଚ୍ ଅଫ୍ । ପରେ ଝିଅ ଘରକୁ ଫୋନ୍ କରିବା ସହ ବିବାହ ପାଇଁ ବାଧ୍ୟ ଓ ଝଡ଼ାଫୁଙ୍କା କରାଯାଉଥିବା କହିଥିଲେ ।

Leave a Reply