ଧର୍ମଶାଳା ବିଜେପିରେ ଗୋଷ୍ଠୀ କନ୍ଦଳ !

1 min read

ନନ୍ଦିଘୋଷ ବ୍ୟୁରୋ:  ଧର୍ମଶାଳାରେ ବିଜେପି-ବିଜେପି ମୁହାଁମୁହିଁ । ଦୁଇ ଗୋଷ୍ଠୀ ଭିତରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ । ଜେନାପୁର ଥାନା ଅଧୀନ ବାରକଣା ଖେଳ ପଡିଆରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମକୁ ନେଇ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ ସ୍ମୃତିରେଖା ପହିଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଧସ୍ତାଧସ୍ତି ହେବା ସହ ଟେକା ପଥର ମାଡ଼ ମଧ୍ୟ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରୁଛି । ନିର୍ବାଚନ ପୂର୍ବରୁ ଲାଗି ରହିଥିବା ହିମାଂଶୁ ଓ ସ୍ମୃତିରେଖାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉ ନଥିବାବେଳେ ଯେଉଁଠି ଦୁଇ ଗୋଷ୍ଠୀ ଏକାଠି ହେଉଛନ୍ତି ସେଠାରେ ଏକ କନ୍ଦଳ ସୃଷ୍ଟି ହେଉଛି । ଯାହା ଆଜି ଉଗ୍ରରୂପ ନେଇଛି ।