ଧର୍ମଗଡ : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦୁଲୁକିବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ବା ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।ଏମାନେ ଭେଜିଗୁଡା ଗାଁର ହୋଇଥିବା ବେଳେ ଏକ ଭୋଜି ଖାଇ ଘରକୁ ଫେରୁଥିଲେ।ଏକ ବାଲି ହାଇୱା ମୋଟର ପଟୁ ଆସୁଥିବା ବେଳେ ମୃତାହତମାନେ ଗୋଟିଏ ବାଇକରେ ଫେରୁଥିଲେ ।ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଫେରାର ହୋଇଥିବା ଜଣାପଡିଛି । ଗୁରୁତର ଦୁହିଁଙ୍କୁ ପୋଲିସ ଗାଡ଼ିରେ ହସ୍ପିଟାଲରେ ପହଞ୍ଚାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୁଖିଗୁଡା ଭବାନୀପାଟଣା ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଛି l…

