ୟୁଟ୍ୟୁବ ଦେଖାଇଲା ରୋଜଗାର ନୂଆ ପନ୍ଥା 

ଧର୍ମଗଡ଼: ଅଖ୍ୟାତ ପଲ୍ଲୀରେ ବିଖ୍ୟାତ ଚାଷ । ୟୁଟ୍ୟୁବ ଦେଖାଇଲା ରୋଜଗାର ନୂଆ ପନ୍ଥା । କଳାହାଣ୍ଡି ଜିଲ୍ଲାରେ ଫଳିଛି ବିଦେଶୀ ଫଳ ଗ୍ରୀନ ସେଓ । ଗ୍ରୀନ ସେଓ ଚାଷ କରି ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କଦଳୀମୁଣ୍ଡା ଗାଁର ଯୁବ ଚାଷୀ କାଳେଶ୍ଵର କାଣ୍ଡ। ଚାଷ କରି ହୋଇପାରିଛନ୍ତି ରୋଜଗାରକ୍ଷମ । ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଓଡିଶା ମାଟିରେ ବିଦେଶୀ ଫଳ । ୟୁଟ୍ଯୁବ ଦେଖାଇଲା ରୋଜଗାରର ନୂଆ ପନ୍ଥା । ଗ୍ରୀନ ସେଓ ଚାଷ କରି ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କଦଳୀମୁଣ୍ଡା ଗାଁର କାଳେଶ୍ଵର କାଣ୍ଡ । ପ୍ରଥମେ ହିମାଚଳ କୁଚିଣ୍ଡାର ଚାଷୀଙ୍କ ଠାରୁ ବୁଝିଥିଲେ ସେଓ ଚାଷ ବିଷୟରେ । ପରେ ହିମାଚଳରୁ ୧୫୦ଟି ଚାରା ୩୫୦ ଟଙ୍କାରେ  ଆଣି ଆରମ୍ଭ କରିଥିଲେ ଚାଷ । । ବର୍ତ୍ତମାନ ବର୍ଷକୁ ୨୦ କୁଇଣ୍ଟାଲ ସେଓ କରୁଛନ୍ତି  ଅମଳ । କାଳେଶ୍ଵରଙ୍କୁ ଚାଷ କାର୍ଯ୍ଯରେ ତାଙ୍କ ସ୍ତ୍ରୀ କରୁଛନ୍ତି ସହଯୋଗ ।

ଗାଁରେ ଗ୍ରୀନ ସେଓ ଚାଷ ହେଉଥିବାରୁ ଚାଷ ଦେଖିବାପାଇଁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି । ତେବେ ସେଓ ଚାଷ ଭଲ ହେଇଥିବାରୁ ଆଗକୁ ୧୦୦ରୁ ଅଧିକ କ୍ଵିଣ୍ଟାଲ ସେଓ ଅମଳ କରିବାକୁ ଲକ୍ଷ୍ଯ ରଖିଛନ୍ତି ଯୁବଚାଷୀ । ଏଥି ସହିତ ଏବେ ଚାରା ଉତ୍ପାଦନ କରି ପଡୋଶୀ ରାଜ୍ଯ ଛତିଶଗଡ଼କୁ ଯୋଗାଉଛନ୍ତି ;ଚାରା । ଅଧିକ ଚାଷ ନିମନ୍ତେ କୃଷି ଓ ଉଦ୍ଯାନ କୃଷି ବିଭାଗର ସହାୟତା ଲୋଡିଛନ୍ତି କାଳେଶ୍ଵର ।