ଗୋବିନ୍ଦ ସାହୁଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ: ୩ ଦିନିଆ ରିମାଣ୍ଡ ପାଇଁ କରିପାରେ ଆବେଦନ

କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗିରଫ ଗୋବିନ୍ଦ ସାହୁଙ୍କୁ ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ ।

ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଛି । ରିଜର୍ଭ ପୋଲିସ ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ବାରାକରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି । ଅନ୍ୟପଟେ ଗୋବିନ୍ଦଙ୍କ ଫେରାର ମାମଲାରେ ତାଙ୍କ ଭଣଜାଙ୍କୁ ଅଟକ ରଖିଛି ପୋଲିସ । ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ଦୀପକ କୁମାର ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

Leave a Reply