ବେଆଇନ ଇଟା ଭାଟିରେ ଧରାକୋଟ ତହସିଲଦାରଙ୍କ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ଆକ୍ସନ ମୋଡ଼ରେ ଧରାକୋଟ ତହସିଲଦାର। ଆସିକା ଧରାକୋଟ ରାଜସ୍ବ ବିଭାଗ ଅଧିନସ୍ଥ ବେଆଇନ ଇଟା ଭାଟିରେ ତହସିଲଦାର ଚଢ଼ାଉ କରିଛନ୍ତି । ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି ଜଗମୋହନ, ଭାଲିଆ ପୋଲି, ଧରାକୋଟ,ବେଠୁଆର ଆଦି ଅଞ୍ଚଳର ବିଭିନ୍ନ ଇଟା ଭାଟି ଉପରେ ଜେସିବି ଲଗାଇ ହଜାର ହଜାର ଇଟା ନଷ୍ଟ କରିଛନ୍ତି। ପୋଲିସ, ଅଗ୍ନିଶମ ବିଭାଗ ଓ ତହସିଲ କର୍ମଚାରୀଙ୍କୁ ନେଇ ଗଠନ ଏକ ଟିମ ସହାୟତାରେ ଏହି ଚଢ଼ାଉ  ଜାରି ରହିଛି। ପୂର୍ବରୁ ବେଆଇନି ଇଟା ମାଲିକ ମାନଙ୍କୁ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା। ହେଲେ ସେମାନେ ନିଜ ପକ୍ଷ ନ ରଖିବାରୁ ଏହି ପରି ପଦକ୍ଷେପ ନିଆଯାଇଥିବା ଜଣା ପଡ଼ିଛି।