ବରଗଡ଼ରେ ଚାଲିଛି କଂସଙ୍କ ଶାସନ: ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ବିଭୋର ନନ୍ଦରାଜା ଓ ଶୂନ୍ୟରେ ଆବିର୍ଭାବ ହେଲେ ବିଜୁଳୀ କନ୍ୟା

ବରଗଡ଼: ବରଗଡ଼ରେ ଚାଲିଛି ମହାରାଜ କଂସଙ୍କ ଶାସନ । ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ବିଭୋର ହୋଇଛନ୍ତି ନନ୍ଦରାଜା । ଆୟୋଜନ କରିଛନ୍ତି ନନ୍ଦୋତ୍ସବ ।

ସେପଟେ ମହାରାଜ କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଶୀଳାରେ ପ୍ରହାର କରିବାକୁ ଯାଉଥିବା ବେଳେ ଶୂନ୍ୟରେ ଆବିର୍ଭାବ ହୋଇଛନ୍ତି ବିଜୁଳୀ କନ୍ୟା । ଏହାପରେ ବିବ୍ରତ ହୋଇ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସ ଗୋପପୁରକୁ ପଠାଇଛନ୍ତି ଷଢ଼ ମଲ୍ଲ ଓ ପୁତନା ରାକ୍ଷସୀ ।

ଏହି ଅବସରରେ ମହାରାଜ କଂସଙ୍କ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରମାନେ ଭାଗ ନେଇଛନ୍ତି। ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କଂସଙ୍କ ଦ୍ଵାରା ପଠାଯାଇଥିବା ସମସ୍ତ ରାକ୍ଷସଙ୍କୁ ବଧ କରିବେ କୃଷ୍ଣ ବଳରାମ। ଏହାସହ ଗୋପପୁରରେ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ।

Leave a Reply