ଧନତେରସରେ ଏହି ୧୦ଟି ଭୁଲ କରିପାରେ ଦରିଦ୍ର
1 min readଦୀପାବଳିର ଦୁଇଦିନ ପୂର୍ବରୁ ପଡିଥାଏ ଧନତେରସ । ଏହି ଦିନ ଧନପ୍ରପ୍ତି ପାଇଁ ମା ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଏ । ଏହି ଧନତେରସ ସଂଧ୍ୟାରେ ପରିବାରର ମଙ୍ଗଳ ପାଇଁ ଯମ ଦେବତାଙ୍କ ପାଇଁ ଘରେ ଦୀପ ଜଳାଯାଏ । ଏହି ଦିନ ଖୁବ ସାବଧାନ ଓ ନୀତି ନିୟମରେ ଲକ୍ଷ୍ମୀ ଓ କୁବେରଙ୍କ ପୁଜା କରାଯାଏ । ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ଏହି ଦିନ କରିବା ଅନୁଚିତ । ଚାଲନ୍ତୁ ଜାଣିବା କଣ ସେ କାମ ଯାହାକୁ ଧନତେରସ ଦିନ କଲେ ଧନହାନୀ ହୋଇଥାଏ ।….
(୧) ଧନତେରସରେ ଘରେ କେବେ ଅଳିଆ ଆବଜର୍ନା ରଖନ୍ତୁ ନାହିଁ । ଏହା ପୂର୍ବରୁ ଘରକୁ ସଫା କରନ୍ତୁ । ଘରେ ବ୍ୟବହାର ହେଉ ନଥିବା ବା ପଡିଥିବା ପୁରୁଣା ଜିନିଷକୁ ବାହାର କରି ଫୋପାଡି ଦିଅନ୍ତୁ । ନ ହେଲେ ଘରକୁ ସକରାତ୍ମକ ଉର୍ଜା ଆସିବାରେ ବାଧା ଉପୁଜିଥାଏ ।
(୨) ଘରର ମୂଖ୍ୟ ଦ୍ବାରକୁ ସବୁ ବେଳେ ସଫା ରଖନ୍ତୁ । ଧ୍ୟାନ ଦିଅନ୍ତୁ ଏଠାରେ ଅଳିଆ କିମ୍ବା ଅବ୍ୟବହୃତ ସାମଗ୍ରୀ କେବେ ହେଲେ ରଖନ୍ତୁ ନାହିଁ । କୁହାଯାଏ ମୂଖ୍ୟ ଦ୍ବାର ଦେଇ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
(୩) ଭୁଲରେ ବି ଧନତେରସ ଦିନ କେବଳ କୁବେରଙ୍କୁ ପୂଜା କରନ୍ତୁ ନାହିଁ । ଏହା ଦ୍ବାରା ଖୁବ ଅଶୁଭ ହୁଏ । କୁବେରଙ୍କ ସହ ମା ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କୁ ପୂଜା କରିବା ଉଚିତ ।
(୪) ଏହି ଦିନ ଭୁଲରେ ବି କୌଣସି କାଚ ଜିନିଷ କିଣନ୍ତୁ ନାହିଁ । ଧନତେରସ ଦିନ ସୁନା ରୂପା କିମ୍ବା ନୁଆ ବାସନ କିଣିଲେ ଶୁଭ ହୁଏ ବୋଲି ବିଶ୍ବାସ ରହିଛି ।
(୫) ଅନେକ ଲୋକଙ୍କ ଧାରଣା ରହିଛି ଯେ ଏହି ଦିନ କେବଳ ନୂଆ ଜିନିଷ କିଣିଲେ ଶୁଭ ହୋଇଥାଏ । ପୂରା ଦିନ କେବଳ କିଣାକିଣିରେ ସମୟ କାଟନ୍ତୁ ନାହିଁ । ପୂଜା ପାଠ ସହ ଘରେ ଦୀପ ଜାଳିଲେ ଖୁବ ଶୁଭ ହୋଇଥାଏ ।
(୬) ଧନତେରସ ଦିନ କେବେ ହେଲେ ଦିନରେ ଶୁଅନ୍ତୁ ନାହିଁ । ଏହା ଦ୍ବାରା ଦାରିଦ୍ର୍ୟ ବଢିଥାଏ । ସମ୍ଭବ ହେଲେ ଏହି ଦିନ ରାତ୍ରୀ ଉଜାଗର ରହିଲେ ଭଲ ।
(୭) ଏହି ଦିନ ଘରେ ଝଗଡା କରନ୍ତୁ ନାହିଁ । ଘରର ମହିଳା ମାନଙ୍କୁ ସମ୍ମାନ କରନ୍ତୁ ଓ କଳି ଝଗଡାରୁ ଦୁରେଇ ରୁହନ୍ତୁ ।
(୮) ଧନତେରସ ଦିନ କାହାକୁ ବି ଉଧାର ଦିଅନ୍ତୁ ନାହିଁ । ଆପଣଙ୍କ ଘରୁ ଲକ୍ଷ୍ମୀଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ ।
(୯) ଏହି ଦିନ କେବେ ହେଲେ ଲୁହାର କୌଣସି ସାମଗ୍ରୀ କିଣନ୍ତୁ ନାହିଁ । ଏହା ଦ୍ବାରା ଘରେ ଦାରିଦ୍ର୍ୟତା ବାସ କରେ ।
(୧୦) ନକଲି ମୂର୍ତ୍ତିର ପୂଜା କରନ୍ତୁ ନାହିଁ । ସୁନା ରୁପା କିମ୍ବା ମାଟିରେ ତିଆରି ମୂର୍ତ୍ତି ପୁଜା କଲେ ଭଲ । ହଳଦୀ , କୁଙ୍କୁମରେ ଘରେ ଓଁ, ସ୍ବସ୍ତିକ ଆଙ୍କନ୍ତୁ । ')}