ଦିନକ ପରେ ଧାମନଗର ଫଳ, ୧୮ ରାଉଣ୍ଡରେ ହେବ ଗଣତି

ଭୁବନେଶ୍ବର: ରବିବାର ପ୍ରକାଶ ପାଇବ ଧାମନଗର ଫଳ । କିଏ ମାରିବ ବାଜି ? କାହାକୁ ଅଧିକ ବିଶ୍ବାସ କରିଛନ୍ତି ଧାମନଗର ବାସିନ୍ଦା ? କାହାକୁ ପସନ୍ଦ କରିଛନ୍ତି ଧାମନଗର ଭୋଟର ତାକୁ ନେଇ ଚିନ୍ତାରେ ପ୍ରାର୍ଥୀ । ଗାଁ ଛକ ଠୁ ଆରମ୍ଭ କରି ସବୁଠି ଧାମନଗର ଫଳାଫଳକୁ ନେଇ ଜାରି ରହିଛି ଚର୍ଚ୍ଚା । ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ।

୧୪ଟି ଟେବୁଲରେ, ୧୮ ରାଉଣ୍ଡ ଗଣତି କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟା ସୁଦ୍ଧା ସମସ୍ତ ଫଳାଫଳ ଆସିବା ସମ୍ଭାବନା ରହିଛି । ୩ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା ।